STORYMIRROR

MADHU MITA

Classics

3  

MADHU MITA

Classics

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
12K

ପୁଷ୍ପ ପ୍ରସ୍ପୁଟିତ ହେଲା ପରେ

ଦେବତା ମସ୍ତକେ ଶୋଭା ପାଉ

କି ଶବ ଶରୀରେ ଲୋଟି ଯାଉ

ମହକ କମ କରି ଦିଏ ନା !


ଜଳ ପ୍ରବାହିତ ହେଲା ପରେ

ସରୋବରେ ଅବା ନଦୀରେ ରହୁ

ନର୍ଦମାକ୍ତ ହେଇ ନାଳ ରେ ବହୁ

ଶୀତଲତା କମ କରି ପାରେ ନା !


ପବନ ଥରେ ପ୍ରବାହିତ ହେଲେ

ଜୀବନ ନାଟିକା ହେଉଥାଉ

ଅବା ପ୍ରଳୟ ବାର୍ତ୍ତା ଆଣିଥାଉ

ଶିହରଣ କମ ହୋଇ ପାରେ ନା l


ସୂର୍ଯ୍ୟ ଥରେ ଉଇଁଲା ପରେ

ବଣ ପାହାଡ ଜଙ୍ଗଲ ହେଉ

ଅବା ମରୁ ବରଫ ପରେ ହେଉ

ଆଲୋକ ଧାରା କମେଇ ଥାଏ ନା !


ତେବେ କ୍ଷତ ତ କ୍ଷତ ହୋଇଥାଏ

କିନ୍ତୁ କିଛି କ୍ଷତ !

କାହିଁକି ଅଧିକ କ୍ଷତାକ୍ତ କରି ପକାନ୍ତି

କେବେ ବୁଝି ହୁଏ ନା !


రచనకు రేటింగ్ ఇవ్వండి
లాగిన్

Similar oriya poem from Classics