STORYMIRROR

Pranati Mahapatra

Abstract

2  

Pranati Mahapatra

Abstract

ରଙ୍ଗହୀନ ସବୁଠି

ରଙ୍ଗହୀନ ସବୁଠି

1 min
2.9K

ବିପର୍ଯ୍ୟସ୍ତ ଏ ଜଗତ

ଆଉ ତ ଠିକ ସମୟରେ ଶୀତ

ବର୍ଷା କି ବସନ୍ତ ଋତୁ ଆସୁନାହିଁ,

କେଉଁଠୁ ଆଣିବି ଯେ ନାନା ଜାତିର ପତ୍ର,ଫୁଲ

କେମିତି ଫଗୁଣର ଫଗୁରେ ରଙ୍ଗମୟ ହେବି


ଏତେ ଚିନ୍ତା କାହିଁକି ହୋ

ବିନା ଶ୍ରମ ,ଖର୍ଚ୍ଚ କମ୍ ରେ ତ

ଖୁବ୍ ଶୀଘ୍ର ମିଳିଯାଉଛି ବଜାରରେ

ହରେକ୍ ରକମର ରଙ୍ଗ

ଶସ୍ତା ସୁନ୍ଦର

ଚାଇନା ଟର୍ଚ୍ଚ ଠାରୁ ଚାଇନା ଖେଳନା ଯାଏ


ନାହିଁ ନାହିଁ, ଲୋଡାନାହିଁ ଆମର ସେ ଚିଜ

ଶସ୍ତା ସୁନ୍ଦର ଯୋଗୁଁ ଭୋଗୁଛନ୍ତି କେତେ ରୋଗ

ଶସ୍ତା ଶସ୍ତା ହୋଇ ପରା ଏବେ

ଶସ୍ତାରେ ମରଣ ଯନ୍ତାକୁ ବିଞ୍ଚି ଦେଇଛନ୍ତି

ସାରା ଜଗତରେ ସେ ରାକ୍ଷସ ଗୁଡା

ଆଜିଠାରୁ ସେଭଳି ଜିନିଷ ଉତ୍ପାଦନ କାରୀଙ୍କୁ ବି

ଆମ ଦେଶକୁ ନା

ସେମାନଙ୍କ ଜିନିଷ ତ ଦୂରେ ଥାଉ

ଚାଲ ଚାଲ ସଭିଏଁ

ଆମ ବାଡ଼ି ବଗିଚାର ପତ୍ର ଫୁଲ ଡାଳରୁ

ତିଆରି କରିବା ପ୍ରାକୃତିକ ରଙ୍ଗ

ଦେହ ପାଇଁ, ମନ ପାଇଁ, ପରିବେଶ ପାଇଁ

ସୁଖକର ହେବ

ଆଉ ହୋଲି ଖେଳିସାରି ଖାଲି ଜାଗାରେ

ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract