STORYMIRROR

Tankadhar Majhi

Abstract

2  

Tankadhar Majhi

Abstract

ରଙ୍ଗବତୀ

ରଙ୍ଗବତୀ

1 min
475

ରଙ୍ଗବତୀ ଲୋ 

ପ୍ରଥମ ଲାଜରେ ମୁଁ ଭିଜିଗଲି

ତୁଇ ହସିଦେଲୁ କାହିଁ ଲୋ

ପ୍ରେମ କବାଟରେ ବାଡେଇ ହେଲି ମୁଁ 

ତୁଇ ଲୁଚିଗଲୁ କାହିଁ ଲୋ


ରଙ୍ଗବତୀ ଲୋ ,

ତୁଇ ସାତରଙ୍ଗୀ ସଜେଇ ହେଲେ 

ଆକାଶେ ସରଗ ଶଶୀ, 

ହାତ ପାହାନ୍ତାରୁ ଶଶୀ ହଜିଗଲେ

ତୁଇ ହେଉ ବାରମାସୀ


ତୋ ଆଖି ଦେଖି, ମୁଇଁ ଝୁରି ମରେ 

ତୁଇ ହସିଦେଉ ମୁରୁକି ଲୋ, 

ବେଣିରେ ଯେବେ ତୁ ଫୁଲ ଖୁଞ୍ଚିଦେଉ

ଭଅଁର ପଲାଏ ଡରିକି ଲୋ


ମନ ବୃନ୍ଦାବନ ଝାଉଁଳି ଗଲା ଲୋ

ରାଧାକୃଷ୍ଣ ଲୀଲା ଦେଖି,

ବୟସ ବସନ୍ତ ରଡି଼ ଦେଲା ଯେବେ

ଚିହିଁକି ପଡିଲି ଉଠି


ଚାରିଆଡେ ମୁଇଁ ବୁଲି ଦେଖିଦେଲି

ତହୁଁ ପାଇଲିନି ତତେ ଲୋ,

ତୁଇ କହି ମୁଁଇ ତକିଆ କେ ଧରି 

ସପନେ ଧରିଲି ତତେ ଲୋ


ରଙ୍ଗବତୀ ଲୋ, 

କଣେଇ ଠଣେଇ କହୁଛୁ କଥାଟେ

କିଛି ଅଧା ବୁଝି ଯାଏ ଲୋ,

ତୋର ପିରତିର ଭାଷା ଭାବ ଘେନି

ମରଦ ତରଳି ଯାଏ ଲୋ


ପ୍ରେମ ରାଇଜରେ ଦୁହେଁ ବସା କରି 

ନୂଆ ଦୁନିଆଟି ଦେଖିବା,

ତୁଇ ଯଦି ରାଜି କହି ଦେଲୋ ଆଜି

ଦୁହେଁ ମିଶି ଭଲ ପାଇବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract