STORYMIRROR

Kulamani Sarangi

Abstract Classics

3  

Kulamani Sarangi

Abstract Classics

ରଙ୍ଗାଜୀବ ଗଙ୍ଗାଧର

ରଙ୍ଗାଜୀବ ଗଙ୍ଗାଧର

1 min
199


ଉତ୍କଳ ସାହିତ୍ୟ ଆକାଶେ ତେଜୋଦୀପ୍ତ ମିହିର,

ରଙ୍ଗାଜୀବ ନାମେ ପ୍ରଖ୍ୟାତ ଗଙ୍ଗାଧର ମେହେର।


ଅଠରଶ ବାଆଷଠୀରେ ବରପାଲି ଗ୍ରାମରେ,

ଜନ୍ମିଥିଲ ବାଣୀ ପୁତ୍ର ହେ! ବୁଣାକାର କୁଳରେ।


ବିଦ୍ୟାଶିକ୍ଷା ସିନା ଥିଲା ଟି ମାତ୍ର ପଞ୍ଚମ ଶ୍ରେଣୀ,

ଜନ୍ମଜାତ କବି ପ୍ରତିଭା ଥିଲା ରକ୍ତରେ ପୁଣି।


ଅମିନ ଚାକିରି ସହିତ ବୁଣାକାର କାମରେ,

ବ୍ୟସ୍ତ ଥାଇ ମଧ୍ୟ ଚଞ୍ଚଳ ଥିଲ କବିପଣରେ।


'ରସ ରତ୍ନାକର', 'ଅହଲ୍ୟା ସ୍ତବ' କଲ ସୃଜନ,

ରୀତି ଯୁଗ ଧାରା ତହିଁରେ ହେଲା ପ୍ରତିଫଳନ।


କବିବର ରାଧାନାଥଙ୍କ ଠାରୁ ପାଇ ପ୍ରେରଣା,

ଆଧୁନିକ ଲେଖା ଶୈଳୀରେ କାବ୍ୟ କଲ ସର୍ଜନା।


ପ୍ରଣୟ ବଲ୍ଲରୀ,କୀଚକ ବଧ ଯେ ତପସ୍ଵିନୀ,

ଇନ୍ଦୁମତୀ କାବ୍ୟ ସର୍ଜନା କରିଲ କବିମଣି।


ଆହା କି ପ୍ରକୃତି ବର୍ଣ୍ଣନା ତୁମ୍ଭ ଅତୁଳନୀୟ,

"ପ୍ରକୃତି କବି"ଭାବେ ତୁମ୍ଭେ ହୋଇଛ ବନ୍ଦନୀୟ।


ଉତ୍କଳ ଭାରତୀ ଗଳାର ତୁମ୍ଭେ ମୌକ୍ତିକ ହାର,

କବିକୁଳ ରତ୍ନ ସ୍ବଭାବ କବି ହେ ଗଙ୍ଗାଧର !


ଓଡ଼ିଆ ସାହିତ୍ୟ ରାଜ୍ୟର ଚୀର ଅମର କବି,

ପ୍ରଥିତଯଶା ଗଙ୍ଗାଧର ଆମ୍ଭ ଗୌରବ ରବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract