ରଙ୍ଗ
ରଙ୍ଗ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସୁନିଳ ଆକାଶ ବକ୍ଷରେ ଆଜି
ଫଗୁଣର ରଙ୍ଗ ବର୍ଷା
ମୋ ପ୍ରିୟା ଦେହରେ
ଦେଇଗଲା ସିଏ
ନାଲି, ନେଳି ଆଉ
ଗୋଲାପି ର ରଙ୍ଗ ଛିଟା l
ସ୍ନେହ ଭରା ତା'ର
ସେଇ ଦୁଇ ଆଖିରେ
ଆଜି ପ୍ରେମର ଅସରା ବର୍ଷା l
ତା'ର ଗୋଲାପି ଓଠରେ
ନେଳିଆ ଅବିର
କହେ ଆଜି କିଛି ନୂଆ କଥା l
ଆଗରୁ ବହୁବାର ଦେଖିଛି ମୁଁ ତାକୁ
ହେଲେ,
ଆଜି ସିଏ ନୂଆ
ଲାଗୁଛି l
ଏତେ ଯତନରେ କେଉଁ
ବିଧାତା ଗଢ଼ିଛି
ତାକୁ କେଉଁ ଆବୁଷଣ ଦେଇଛି l
ଗୋରା ଦେହେ ତାର ଧଳା ପୋଷାକ
ତା' ଉପରେ ରଙ୍ଗ ଛିଟା
ତାର ଓଠରେ ହସ, ମୁହଁ ରେ ଲାଜ
ମଥାରେ ତା ନାଲି ଟିକା l
ସେଇ ନାଲି ଟିକା ଗାଏ
ପ୍ରେମର କବିତା
ପ୍ରେମର ନୁହେଁ ସେ ଶେଷ
ଏଇ ରଙ୍ଗ ପର୍ବ ଆସୁ ପ୍ରତିବର୍ଷ
ନେଇ କିଛି ନୂଆ ରଙ୍ଗ l