STORYMIRROR

ବି. ନିରୁପମା

Romance

3  

ବି. ନିରୁପମା

Romance

ରଙ୍ଗ ପିଚକାରି ଦିଅ ଲୋ

ରଙ୍ଗ ପିଚକାରି ଦିଅ ଲୋ

1 min
338


ରଙ୍ଗ ପିଚକାରି ଦିଅ ଲୋ ,

     ଅବିର ପସରା ନିଅ ଲୋ

ଛପି ଛପି ଏଣେ ଯାଅ ଲୋ

କହ୍ନେଇ ଆସୁଛି ବରଜ ଦାଣ୍ଡରେ

ସାବଧାନ ତାକୁ ଥାଅ ଲୋ


ସଖାଙ୍କ ସଙ୍ଗରେ ହୋଇକରି ମେଳି ,

ଆସୁଛି ଦାଣ୍ଡରେ ରଙ୍ଗ ଖେଳି ଖେଳି

ମିଶିକି ଅବିର ଦେବା ତାକୁ ବୋଳି

ଖୋଜିକରି କିଛି ଖିଅ ଲୋ


ରଙ୍ଗ ପିଚକାରି ଦିଅ ଲୋ ,

      ଅବିର ପସରା ନିଅ ଲୋ


ଆମକୁ ଦେଖିଲେ ଛାଡ଼ିବନି କାହ୍ନା ,

ରଙ୍ଗ ବୋଳି ଦେବ କରିଲେବି ମନା

ସେଥିପାଇଁ ପରା ଏସବୁ ବାହାନା

କରିବା ବରଜ ଝିଅ ଲୋ


ରଙ୍ଗ ପିଚକାରି ଦିଅ ଲୋ ,

     ଅବିର ପସରା ନିଅ ଲୋ


ଛପି ଛପି ଏଣେ ଯାଅ ଲୋ

କହ୍ନେଇ ଆସୁଛି ବରଜ ଦାଣ୍ଡରେ

ସାବଧାନ ତାକୁ ଥାଅ ଲୋ



Rate this content
Log in

Similar oriya poem from Romance