STORYMIRROR

Samar Ballav Bhoi

Tragedy Inspirational Others

3  

Samar Ballav Bhoi

Tragedy Inspirational Others

ରଙ୍ଗ ଫଗୁଣ

ରଙ୍ଗ ଫଗୁଣ

1 min
214


ଫଗୁଣ ଆଣିଛି ରଙ୍ଗର ପସରା 

ହଳଦୀ ବସନ୍ତ ଦେହେ ଧରି

ସାତ ସପନର ଉତ୍ତାଳ ତରଙ୍ଗ 

ପ୍ରିୟା ହୃଦୟେ ଯାଇଛି ଭରି 

ଫଗୁଣ ଆସିଛି ଫଗୁଣର ଫଗୁ ରଙ୍ଗେ

ବିରହୀ ରାଧିକା ମନେ ଦେବ ହସ ଭରି।।


ସାତ ସପନର ଆଶା ପାଲିଙ୍କିରେ 

ମୋ ପ୍ରିୟା ଯେବେ ହେବ ପାରି

ସପନ ସାଥିରେ ଭାବ ମିଶିଗଲେ 

ଲାଲରଙ୍ଗେ ଓଠ ତାର ଯିବ ପୁରି

ଫଗୁଣର ରଙ୍ଗ ଦେଖି ତାମସୀ ରାଧିକା

କଣେଇ କଣେଇ ହେଉଛି ଝୁରି।।


ପ୍ରଜାପତି ପରି ମନ ଉଡିବୁଲେ 

ପ୍ରେମର ପରଶ ପାଇ

ପହିଲି ଫଗୁଣ ପହିଲି ପରଶେ 

ପ୍ରିୟା ଯାଏ ଟିକିଏ ଲାଜେଇ।।


ବସନ୍ତ ଫଗୁଣ ଭାରି ଅମାନିଆ 

ପ୍ରିୟା ମନ ହୋଇଯାଏ ଚୋରି

ପ୍ରିତୀ ର ପରଶ ଜହ୍ନ ରାତି ପରି

ଫଗୁଣ ଫଗୁ ରଙ୍ଗ ଆସେ ଧରି।।


ରଙ୍ଗର ପରବ ଖୁସିର ପରବ 

ରଙ୍ଗ ନେଇ ଆସେ ଫଗୁଣ

ତାମସୀ ରାଧିକା ଲାଜେଇ ଲାଜେଇ

ଅହରହ ଖୋଜି ବୁଲୁଥାଏ ସରଣ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy