ରଙ୍ଗ ମିସ୍ତ୍ରୀ
ରଙ୍ଗ ମିସ୍ତ୍ରୀ
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ
ମାଲିକ ମୋର ରଙ୍ଗର ମିସ୍ତ୍ରୀ, ଓଢ଼ଣୀରେ ମୋର ଭରିଲେ ରଙ୍ଗ,
ସ୍ୟାହି ରଙ୍ଗକୁ ଉତାରି ଦେଇ, ବୋଳି ଦେଲେ ସେ ତ ପ୍ରେମର ରଙ୍ଗ ।
ଯେତେ ଧୋଇଲେ ଯାଉନି ସିଏ, ଦିନକୁ ଦିନ ସେ ହୁଏ ସୁରଙ୍ଗ ।
ଭାବନା କୁଣ୍ଡେ ସ୍ନେହର ଜଳ, ସେଥିରେ ଭରିଲେ ପ୍ରେମର ରଙ୍ଗ ।
ଦେହର ଦୁଃଖ ମଇଳା ଯେତେ, ବିଦା କରି କଲେ ରଙ୍ଗ ସୁନ୍ଦର ।
ମାଲିକ ଓଢ଼ଣି ରଙ୍ଗେଇ ଦେଲେ, ସୁଚତୁର ସେହି ସୁଜନ ମୋର ।
ଉତ୍ସର୍ଗ କରୁଛି ତାହାଙ୍କୁ ମୋର, ତନୁ ଧନ ମନ ପ୍ରାଣ ଆବର,
ଓଢ଼ଣିରେ ମୋର ଭରିଲେ ରଙ୍ଗ, ଅତୀବ ଯତ୍ନରେ ମାଲିକ ମୋର ।
