STORYMIRROR

Debadatta Jena

Romance Inspirational

3  

Debadatta Jena

Romance Inspirational

ରଂଗ ରାଗ..

ରଂଗ ରାଗ..

1 min
199


ରଙ୍ଗୋଲି,,,

ରଂଗ ହୋଲି ବି ତୁ..

ଅସରା ରଂଗ ପସରା ତୁ..

ନିଆରା ରଂଗର ଫୁଆର ବି ତୁ..

ଆଉ ମାନ,ଅଭିମାନ,ରାଗ ଓ ବିରାଗ,

ସେ ରାଗ ଓ ରଂଗର ପ୍ରେମ ପୁଷ୍ପ ରାଗ ବି ତୁ,

ଫଗୁଣ ପରଶ ରୂପ ଓ ଲାବଣ୍ୟ ସେ ସରାଗ ବି ତୁ,

ପ୍ରେମ ସାଗରର ପ୍ରୀତିର ଜୁଆର ପ୍ରଣୟ ରଂଗ ତୁ,

ଫୁଲ ବସନ୍ତର ମଳୟ ପବନ ଫଲ୍ଗୁ ଅବିର ତୁ..!

ରାଗ ଓ ରଂଗର ମଧୁର ବସଂତ ବାସନ୍ତୀ ତୁ,

ମଧୁ ଯାମିନୀର ରସ ରଂଗୀନି ତୁ,

ଅଭିମାନିନୀ ଅସ୍ତରାଗ ବି ତୁ,

ପଲ୍ଲବିନୀ ସାଜୁ ଋତୁରାଣୀ, 

ସେ ରଂଗ ରଙ୍ଗଣୀ ତୁ,

ରଂଗ ହୋଲି ବି ତୁ,

ରଙ୍ଗୋଲି ତୁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance