STORYMIRROR

Debadatta Jena

Romance Inspirational

4  

Debadatta Jena

Romance Inspirational

ରଂଗ ମୁରୁଜ..

ରଂଗ ମୁରୁଜ..

1 min
239


ଯେବେ ଭାବନାରେ ସାଜେ 

ରଙ୍ଗ ଅନୁପମ 

ସମ୍ଭାବନା ବୁଣେ ମୁରୁଜ,

ଯେବେ କଳ୍ପନାରେ ଲାଗେ 

ଗାଢ଼ ସମ୍ମୋହନ,

ପ୍ରଗାଢ଼ ଉଜ୍ଜଳ ସୂରୁଜ,

କେମିତି ଖେଳିବି ରଙ୍ଗ,

ସମର୍ପଣ ରଙ୍ଗେ ଲାବଣ୍ୟ ମାଖିଲେ

ନୀଳିମା ସାଜେ ନୈପୁଣ୍ୟ,

କେଉଁ ରଙ୍ଗରେ ଖେଳିବି ରଙ୍ଗ,

ନୀଳ,ଘନ ନୀଳ, ବାଇଗଣୀ ରଙ୍ଗ,

ପୀତ, ଲୋହିତ ଚିର ହରିତ..!

ଯେବେ ଲାଲିମା ରଙ୍ଗ ଫଗୁଣ 

ନୀଳିମା ଋତୁ ଶ୍ରାବଣ,

ନାରଙ୍ଗୀ ହୃଦୟେ ସିନ୍ଦୂରିମା ଆଙ୍କେ,

ସନ୍ଧ୍ୟା ରାଗରେ ସାଜେ ରଙ୍ଗୀନ,

ଯେବେ ପ୍ରେମରେ ପୁଷ୍ପ ରାଗ,

କେବେ ପ୍ରୀତିରେ ଫଲ୍ଗୁ ରାସ,

ହଳଦୀ ଦେହରେ କଜ୍ଜଳ ନୟନେ,

ସାଜେ ସବୁଜ ସ୍ନିଗ୍ଧ,ବସନ୍ତ,

ଏ ତ ଫଗୁଣ ରଙ୍ଗ ମେଲଣ,

ବିଭୋର ରଙ୍ଗ ଫୁଆର ଅଙ୍ଗନେ,

ବୁଣେ ମନରେ ରଙ୍ଗ ମୁରୁଜ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance