STORYMIRROR

Debabrata Mishra

Abstract Tragedy Inspirational

3  

Debabrata Mishra

Abstract Tragedy Inspirational

ରକ୍ତର ସତ୍ୟତା

ରକ୍ତର ସତ୍ୟତା

1 min
197


ସମୟ ସାଜିଛି ସୁରକ୍ଷିତ ଗର୍ଭ

ଏବେ ଜନ୍ମ ନେଲେଣି ବୀର

ରାଷ୍ଟ୍ରପ୍ରେମୀ ସାହସୀ ଭାରତୀୟ, 

ଭୟର କାନ୍ଥ ଓ ଅତିଉଦାରତାର ପ୍ରାଚୀର ଭାଙ୍ଗି

ଅଣ୍ଟାରେ ରାଷ୍ଟ୍ରରଙ୍ଗର ଗାମୁଛା ଭିଡ଼ି

ହାତରେ ଧରି କୋଚିକୋଟି ଜନତାଙ୍କ ସମର୍ଥନର

ଶକ୍ତ କୋଦାଳ ଓ କୋଡ଼ି, 

ମାଟି ଛୁଇଁ କରିଛି ଶପଥ

ଝାଳ ଓ ରକ୍ତର ଶେଷବିନ୍ଦୁ ଯାଏ

ଖୋଳିବ ସେ ବାରବାର ଖୋଳିବ, 

ମାଟି ଆମର ମାଆ 

ମାଟିର ସୁନ୍ଦରତା ପାଇଁ ମାଟିର ସୁରକ୍ଷା ପାଇଁ

ସେ ସେହି ମାଟିକୁ ଖୋଳିବ 

ଯେଉଁ ମାଟିରେ ଲାଗିଛି 

କିଛି ମିଛ ଧର୍ମନିରପେକ୍ଷତାର ରକ୍ତ ଛିଟା, 

ମିଥ୍ୟାର ପରିତ୍ୟକ୍ତ କୁଟାକାଠି

ଅପରିଷ୍କାର ପଲିଥିନର ଆବରଣ ତଳେ

ଲୁଚିରହିଛି ନିଷ୍ଠୁର ସତ୍ୟର ଓଦାମାଟି 

ସେ ମାଟି ଏବେ ବି ରକ୍ତରଞ୍ଜିତ

ଅପେକ୍ଷା କରିଛି ତା'ର କେଉଁ ବୀର ପୁଅ 

ଏ ସତ୍ଯ କୁ ଆଣିବ ସୂର୍ଯ୍ୟାଲୋକକୁ, 

ଯାହା ସାରା ବିଶ୍ୱ ଦେଖିବ 

ବର୍ଷବର୍ଷ ଧରି ଅଳିଆ ଘୋଡାଇ ଲୁଚାଇ ରଖିଥିବା 

ପ୍ରଚଣ୍ଡ ସତ୍ଯ ଅକାଟ୍ୟ ସତ୍ଯ

ଆଉ ଦେଖିବ ପ୍ରତିଟି ଭାରତୀୟ

ସେହି ମଣିଷ ରୂପୀ ନିର୍ଦୟୀଙ୍କ ଅତୀତର ନିର୍ଦୟତା,

ସେ ଭାରତର ଭୂସ୍ୱର୍ଗକୁ 

ଷଡ଼ଯନ୍ତ୍ର କରି ନର୍କ କରିଥିବା

ତ୍ରିରଙ୍ଗା ବିରୋଧୀ ବନ୍ଦେ ମାତରମ୍ ବିରୋଧୀଙ୍କ

ଖୋଲିଯିବ ପ୍ରକୃତ ମୁଖା 

ଯେଉଁ ମୁଖା ତଳେ ଲୁଚିରହିଛି

ଅସହାୟ କାଶ୍ମୀର ପଣ୍ଡିତଙ୍କ ରକ୍ତର ସତ୍ୟତା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract