STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ରକ୍ତର ମଣିଷ

ରକ୍ତର ମଣିଷ

1 min
220


ସ୍ବପ୍ନ ଭିନ୍ନ ନର ଲକ୍ଷ୍ୟ ଥାଏ ତାର

ସର୍ବ ନର ନାରୀ ମଧ୍ୟେ

ସେପରି ଜଣେତ ବ୍ୟକ୍ତି ରହିଅଛି

ସାଥୀ ହୁଏ ରୋଗୀ ଯୁଦ୍ଧେ ।


ସପନ ତାହାର ନଯାଉ କାହାର

ରକତ ଅଭାବେ ପ୍ରାଣ

ଲକ୍ଷ୍ୟ ରହି ଅଛି ଛୁଇଁବ ଶହେଟି

ରକ୍ତ ଦାନ କରି ଜାଣ ।


ଚବିଶି ବରଷେ ଦେଇଛି ଚବିଶି

ଶରୀରୁ ନିଜ ରୁଧିର

ଅନେକ ଶିବିର ଆୟୋଜନ କରି

ଅଭାବ କରୁଛି ଦୂର ।


ପ୍ରତିଦିନ କିଛି ଦୂର ସେ କରୁଛି

ରକତ ଅଭାବ ଭାଇ

ପ୍ରକାଶ ତାହାର ନାମଟି ସୁନ୍ଦର

ରକତ ମଣିଷ ସେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational