STORYMIRROR

Niranjan Sahu

Inspirational Others

2.5  

Niranjan Sahu

Inspirational Others

ରକ୍ତଦାନ ମହାପୁଣ୍ୟ

ରକ୍ତଦାନ ମହାପୁଣ୍ୟ

1 min
15.1K


ରକ୍ତର ମୂଲ୍ୟ ଜାଣିଛି ଯିଏ

ରକ୍ତ ଦେବାକୁ ଡରିବ ନାହିଁ

ଦୁନିଆରେ ଅଛି ଯେତେ ଯେତେ ଦାନ

ରକ୍ତ ଦାନରୁ କିଛି ଉର୍ଦ୍ଧ୍ଵରେ ନାହିଁ...

ଯିଏ ଦାନ ନିଏ ଖୁସିରେ ନେଉଛି

ନିଜର ପେଟ ପାଟଣା ପାଇଁ

କିଛି ଦିନପରେ ସବୁ ଭଳିଯାଏ

ଦାନ ପାଇଁ ପୁଣି ଆସନ୍ତି ଧାଇଁ...

ରକ୍ତ ଦାନ ଯଦି ଥରେ କରିଦେଲ

ଜୀବନ ଗୋଟିଏ ବଞ୍ଚିବି

ଯିଏ ବଞ୍ଚିଥିବି ତାହାରି ଆତ୍ମାଟି

ସର୍ବଦା ତୁମକୁ ଝୁରିବ...

ରକ୍ତ ଦାନ ଅଟେ ମହତ କାମ

ରକ୍ତ ଦେବାପାଇଁ ଡରିବ ନାହିଁ

ରକ୍ତଦାନ ଏକ ମହତ ପଣିଆ

ରକ୍ତ ଦାନ କଥା ଭୁଲିବ ନାହିଁ...

ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational