STORYMIRROR

Chittaranjan Nanda

Fantasy Inspirational

4  

Chittaranjan Nanda

Fantasy Inspirational

ରକ୍ଷକ ହୋଇ ଭକ୍ଷକ ସାଜିଛ

ରକ୍ଷକ ହୋଇ ଭକ୍ଷକ ସାଜିଛ

1 min
293

ହେ ସବୁ ଯେତେ ଅତ୍ୟାଚାରୀ

ହେ ସବୁ ଯେତେ ଭ୍ରଷ୍ଟାଚାରୀ ।


ହେ ସବୁ ଯେତେ ପୁଂଜିବାଦୀ,

ହେ ଯେତେ ସାମ୍ପ୍ରଦାୟିକ ବାଦୀ ।


ପ୍ରତିଶୃତି ଦେଲ ବଡ ବଡ ଭାଷଣରେ

ସବୁ ଅଘଟଣ ଘଟାଉଛ ଦେଶରେ ।


ଶାସନ ଗାଦୀକୁ କଲ ଦଖଲ, 

ରକ୍ଷକ ହୋଇ ଭକ୍ଷକ ସାଜିଲ ।


ପ୍ରଗତି ପଥେ ଭାରତଟା ଚାଲୁଛି,

ସବୁ ଦିନ ରାଜନୀତି ନାରା ଦେଉଛି ।


ଆମ ମାନଂକୁ ବୋକା ଭାବିଛ,

କୃଷକର ଦୁର୍ଦ୍ଦଶାକୁ ଦେଖି ହସୁଛ ।


ପଦ ପାଇ ଅଂହକାର ଘେରି ବସିଛି,

ବେରୋଜଗାର ବୃଦ୍ଧି ହୋଇ ଚାଲିଛି ।


ବିପଦର ସୂଚୀପତ୍ର ଲମ୍ବା ହୋଇଛି,

ଚିନ୍ତା ଚେତନାରେ ବିଷାକ୍ତ ବଳୟ ପଶିଛି ।


ଚଷା ଭାଇ ଆଜି ହିଡ ମୁଣ୍ଡେ ବସି ଭାବୁଛି,

କ୍ଷମତା ଲୋଭଟା ତୁମକୁ ଜୋରରେ ଘାରୁଛି ।

      

ଲୋକଂକ ଏଇଠି ଜନମ ଏଇଠି ମରଣ

ଏଇଠି ତ ସୃଜନ ଏଇଠି ବି ଲୀନ ।


ଅତ୍ୟାଚାରୀ ଭ୍ରଷ୍ଟାଚାରୀଙ୍କ ବିରୋଦ୍ଧରେ

ଏକାଠି ହୋଇ ଆନ୍ଦୋଳନ କରିଲେ ।


ଲୋକମାନେ ହୋଇଛନ୍ତି ଭଂଗା ଆଇନା

ସପନ ସବୁ ତ ଆଜି କରିଅଛ ଚୁନା  ।


Rate this content
Log in

Similar oriya poem from Fantasy