STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ରକ୍ଷାକର ପ୍ରଭୁ ଏ ମଣିଷ ସମାଜ

ରକ୍ଷାକର ପ୍ରଭୁ ଏ ମଣିଷ ସମାଜ

1 min
227

    ଘରେ ବସି ବସି ଚିଟା ଲାଗିଲାଣି ମନରେ ଅନେକ ଭୟ

ବାହାରେ ବୁଲିବା କଟକଣା ପୁଣି ମନ ହେଉଛି ଅଥୟ

ଦୁଇଦିନ ହେଲା ମାତ୍ର

କେମିତି କଟିବ ଆଉ ବାକି ଦିନ ମନଲାଗେ ବଡ଼ ବ୍ୟସ୍ତ


ମାଳିକା କଥା ତ ସତ ପ୍ରମାଣିତ ହେଉଛି ଯାହା ମୁଁ ଦେଖେ

ମୁହେଁ ତୁଣ୍ଡି ଭିଡ଼ି ବାଜାର ହାଟକୁ ଯାଉଛନ୍ତି ଏବେ ଲୋକେ

ଭଇରବ ଭାଇରସ

ଭୟରେ ସଭିଏଁ ଘରେ ଲୁଚିଲେଣି ଦେଖ ଦେଖ ଏ ରହସ୍ୟ


ପନି ପରିବା ଯେ ଆଣିବାକୁ ଗଲେ ଏକା ଲାଗେ ବାଟ ଘାଟ

କାଁ ଭାଁ କାହିଁ ମଣିଷ ମିଳନ୍ତି ଖାଲି ଶ୍ଵାନ ମେଳ ହାଟ

ଦିଶେନି ଗାଡ଼ି ମଟର

ସାଇରନ ମାରି ଆମ୍ବୁଲାନ୍ସ ଅବା ଆରକ୍ଷୀ ବାହିନୀ ଙ୍କର


ଗାଡି ବୁଲେ ଖାଲି, ପଲ୍ଲୀ କି ସହର ସବୁଆଡେ ଖାଁ ଖାଁ

ଏସବୁ ପାଇଁକି ଦାୟି ମହାମାରୀ ରୋଗ ଭୂତାଣୁ କରୋନା

କେତେ କାଳ ଏହିପରି

ନୂଆବୋହୁ ପରି ଘରକୋଣେ ଆଉ ବସିବ ବା ଲୁଚିକରି


ଆହେ ଦୟାମୟ କରୁଣା ସାଗର କର ରେ ମଣିଷେ ଦୟା

ତୂମବିନା ପ୍ରଭୁ ବଞ୍ଚିବା ଦୁଃସହ ନକର ହେ ଆଉ ମାୟା

ମାୟାଧର ଦୟାକର

ମଣିଷ ସମାଜ ସହ‌ ୟେ ବିଶ୍ଵକୁ ରକ୍ଷାକର ରକ୍ଷାକର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics