STORYMIRROR

Anirudha Kund

Abstract

3  

Anirudha Kund

Abstract

ରକ୍ଷାକର ମହାବାହୁ

ରକ୍ଷାକର ମହାବାହୁ

1 min
11.7K

ମାୟାର ବଜାରେ ମଜିଲି ମଜାରେ

  କାମନା ବାସନେ ରତି

ମେଣ୍ଟାଇଲି ନିତି ଦେହ ଦାହ ତାତି

  ବୟସ ବସନ୍ତେ ତିନ୍ତି

   

ମେଘର ମହ୍ଲାରେ ମଳୟ ସମ୍ଭାରେ

   ଛାତିକି ମିଶାଇ ଛାତି

ଛାୟାର ଛନ୍ଦରେ ଛନ୍ଦି ହୋଇଗଲି

    ରତିଏ ନରଖି ଭିତି


ଜନନୀ ଜଠରେ କଅଁଳ ଓଠରେ

   କରିଥିଲି କେତେ ସ୍ତୁତି

ଶୟନ ସପନେ ଅବା ଜାଗରଣେ

    ଭଜିବି ବୋଲିଣ ନିତି


ରସରେ ରସିଲି  ସତ୍ୟକୁ ତେଜିଲି

   ଖୋଜିଲି ବିଷୟ ସୁଖ

ଅଧାରୁ ଅଧିକ ସରିଲା ବୟସ

   ହେଜିଲା ବେଳକୁ ଦୁଃଖ


ଜପି ଜପି ତବ ନାମ ହେ ମାଧବ

    ବାକି ଜୀବନା ଟା ଯାଉ

ବିଧଗ୍ଧ ପରାଣେ ବିଭୁକୃପା ବାରି

   ବରଷା ବରଷୁ ଥାଉ


ମାୟା ମରିଚିକା ମରୁରେ ମୁ୍ଁ ଏକା

    ପାରୁନାହିଁ ଚାଲି ଆଉ

ମରଣ କାଳରେ ବରଣ କରୁଛି

    ରକ୍ଷାକର ମହାବାହୁ


Rate this content
Log in

Similar oriya poem from Abstract