STORYMIRROR

Lokesh Kumar Jena

Inspirational Thriller Children

3  

Lokesh Kumar Jena

Inspirational Thriller Children

ରକ୍ଷା କର ତୁମ ସୃଷ୍ଟି

ରକ୍ଷା କର ତୁମ ସୃଷ୍ଟି

1 min
309

ବିଶ୍ଵନିୟନ୍ତାଙ୍କ      ଅଦୃଶ୍ୟ ହାତର 

      ଚମତ୍କାରିତା ର କୃତି

ନଦ ନଦୀ ହ୍ରଦ      ପାହାଡ ପର୍ବତ 

      ଗଢ଼ିଲ ଏହି ପ୍ରକୃତି ।


ବାୟୁମଣ୍ଡଳ ରେ     ବାୟୁ ଭରିଦେଲ

       ଜୀବଜତର ପାଇଁ

ସମସ୍ତ ପ୍ରାଣୀ ର      ତୃଷ୍ଣା ନିବାରଣେ

       ଜଳର ବିକଳ୍ପ ନାହିଁ ।


ଖାଦ୍ୟ ଫଳ ପୁଷ୍ପ      ସୁଗନ୍ଧ ସବୁକୁ 

       ସଜାଡ଼ିଲ ନିଜ ହାତେ

ଜୀବନ ପାଇଁକି       ସବୁ ଦରକାରୀ 

       ଜିନିଷ ରଖିଲ ମର୍ତ୍ତ୍ୟେ ।


ଅରଣ୍ୟ ଭରିଲ       ଝୁଣା ମହୁ ଲାଖ 

        ସମ୍ପଦ ମୂଲ୍ୟବାନ

ଝରଣା ର ଝର       କୋଇଲି ର ସ୍ୱର 

        ସବୁତ ତୁମରି ଦାନ ।


ଗ୍ରହଙ୍କର ଗତି         ନକ୍ଷତ୍ର ର ଜ୍ୟୋତି 

       ସୂର୍ଯ୍ୟ ର ପ୍ରଖର ତାପ

ସୌରମଣ୍ଡଳ କୁ        ଜତନେ ଗଢିଲ 

        କରି ପ୍ରଭୁ ମାପଚୁପ ।


ଧରଣୀ ବୁକୁରେ        ଜୀବନ ରଚିଲ 

         ଅଦ୍ଭୂତ ତୁମର ମନ

ସବୁ ପ୍ରାଣୀ ଛାଡ଼ି        ମନୁଷ୍ୟ ଦେହରେ

        ଭରିଦେଲ ଦିବ୍ୟ ଜ୍ଞାନ ।


ସେ ମଣିଷ ଆଜି         ପଶୁ ସାଜିଗଲା 

         ଭୁଲି ଜ୍ଞାନ ହିତାହିତ

ଅଧର୍ମ ଅନ୍ୟାୟ          ଅସତ୍ୟ ପଥରେ 

         ରଚିଲା ରକ୍ତପାତ ।


ଜୀବେ ଦୟ ଥିଲା        ତୁମର ବାରତା

         ସେସବୁକୁ ଭୁଲି ଯାଇ

ଜିହ୍ୱା ର ଲାଳସା         ମେଣ୍ଟାଇବ ବୋଲି 

         ପଶୁ ରକ୍ତ ଗଲା ପିଇ ।


ପ୍ରକୃତିରେ ଭରା         ଅମୂଲ୍ୟ ସମ୍ପଦ

         ଅପବ୍ୟବହାର କଲା

ମତଗର୍ବ ହୋଇ         ସଭିଙ୍କୁ ମାରିଲା 

         ଭଗବାନ ବୋଲାଇଲା ।


ପ୍ରକୃତିକୁ କଲା          ଖଣ୍ଡିଆ ଖାବରା 

         ବିଦାରିଲା ତାର ଛାତି

ଜାଣି ପାରୁ ନାହିଁ         ଏ ଜ୍ଞାନୀ ମଣିଷ 

          ଭ୍ରଷ୍ଟ ହୋଇଛି ମତି ।


ତୁମ ସୃଷ୍ଟି ଆଜି          ତୁମେ ରକ୍ଷା କର

          ହେ ପ୍ରଭୁ ପରମେଶ୍ଵର

ସାର୍ଥକ ହେଉ           ତୁମ ନାମ ପ୍ରଭୁ 

          ସତ୍ୟ ଶିବ ସୁନ୍ଦରର ।



Rate this content
Log in

Similar oriya poem from Inspirational