STORYMIRROR

Anirudha Kund

Abstract

3  

Anirudha Kund

Abstract

ରକ୍ଷା କର ଆର୍ତ୍ତତ୍ରାଣ

ରକ୍ଷା କର ଆର୍ତ୍ତତ୍ରାଣ

1 min
11.9K


ସଦା ରତି ମନେ କାମନା ବାସନେ

     ହୃଦେ ଭରା ଅବଗୁଣ

ମନ୍ତ୍ର ତନ୍ତ୍ର ପୁଜା   ମୋ ପାଇଁ ଅବୁଝା

     ଭକ୍ତିର ନାହିଁ ଲକ୍ଷଣ


ବିଦ୍ୟା ଅହଂକାରେ  ଜ୍ଞାନ ଗାରିମାରେ

    କରିଛି ଅନୀତି ମାନ

ଜାଣି ଶୁଣି ବିଷ   କରିଛି ଭକ୍ଷଣ

     ରକ୍ଷା କର ଆର୍ତ୍ତତ୍ରାଣ


ଆୟୁ ସୂର୍ୟ୍ଯ ମୋର ଢଳି ଢଳି ଯାଏ

    ସମୟ ପାଖରେ ନାହିଁ

ଜୀବନ ପ୍ରଦୀପ   ଲିଭିବା ପୂର୍ବରୁ 

    ମାଗେ ତବ ମୂଖ ଚାହିଁ 


ତୁମେ ଏକା ପ୍ରଭୁ   ସବୁ କରିପାର

   ତୁମେ ହିଁ ସରବେଶ୍ବର 

ତୁମ ଦୟା ବିନା   ସଂସାର ଚଳେନା

    ଭୁବନ ସୁନ୍ଦରବର 


ତୁମେ ଏକା ମୋର  ମୁଁ ଦାସ ତୁମର

     ତୁମ ବିନା ନାହିଁ ଗତି

କରଦୟା ମୋତେ ଭଜୁଥାଏ ତୋତେ

    ହୃଦେ ଧରି ଦିନରାତି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract