ରକ୍ଷା ବନ୍ଧନ
ରକ୍ଷା ବନ୍ଧନ
ତୁମରି ଇଛାରେ ସବୁ କିଛି ହୁଏ
ଆହେ ଜଗତ ଜୀବନ
ସବୁ ଦିନ ଉଠି କହୁଛି ତୁମକୁ
ସକାଳ ପ୍ରଣତୀ ଘେନ ।
ଗରିବର ସାହା ତୁମେ ଚଉବାହା
ତୁମ ପାଶେ ଥାଉ ମନ
କୃପା ଦିଅ ଢ଼ାଳି କହୁଛି ତୁମକୁ
ସକାଳ ପ୍ରଣତୀ ଘେନ ।
ନିତ୍ୟ ଭଜି କରି ତୁମରି ନାମକୁ
ବିତି ଯାଉ ମୋର ଦିନ
ସୁଖରେ ରଖିବ କହୁଛି ତୁମକୁ
ସକାଳ ପ୍ରଣତୀ ଘେନ ।
