STORYMIRROR

Bishnupriya Panda

Abstract

4  

Bishnupriya Panda

Abstract

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
353


ପବିତ୍ର ବନ୍ଧନ ଏ ରକ୍ଷା ବନ୍ଧନ

ଭଉଣୀ ବାନ୍ଧଇ ରାକ୍ଷୀ

ବିପଦେ ଆପଦେ ସାହା ହେବା ପାଇଁ

ଇଶ୍ୱରେ ରଖଇ ସାକ୍ଷୀ l

ସାହସ ଶକତି ମୋଭାଇକୁ ଦିଅ

ରଖୁ ସେ ଭଉଣୀ ମାନ

ଭାଇ ମଧ୍ୟ୍ୟ ସେଠି ଶପଥ କରଇ

ଭୟ ନକର ତୁ ମନ l

କେବଳ ଭାଇର ପାଇଁ ଏ ବନ୍ଧନ

ହୋଇ ନାହିଁ ପ୍ରତିଷ୍ଠିତ

ଇନ୍ଦ୍ରାଣୀ ତ ରାକ୍ଷୀ ବାନ୍ଧି ଦେଇଥିଲେ

ଦେବରାଜ ଇନ୍ଦ୍ର ହାତ l

ରାକ୍ଷସ କବଳୁ ରକ୍ଷା କରିବାକୁ

ଦେବଗୁରୁ ବୃହସ୍ପତି

ଇନ୍ଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ

ରକ୍ଷାକର ଦେବପତି l

କୁନ୍ତୀ ବାନ୍ଧିଥିଲେ କୃଷ୍ଣଙ୍କ ହାତରେ

ପାଣ୍ଡବ ଙ୍କ ରକ୍ଷା ପାଇଁ

ଶାଢ଼ୀ ଚିରିଦେଇ ଦ୍ରୌପଦି ବାନ୍ଧିଲେ

କୋଟି ବସ୍ତ୍ର ମିଳିଥାଇ l

ଗୋପୀ ବାନ୍ଧିଦେଲେ କହ୍ନାଇ ହାତରେ

କଂସ କବଳରୁ ରକ୍ଷା

କଂସକୁ ମାରିଣ କଂସାରୀ ବୋଲାଇ

ଶ୍ରୀକୃଷ୍ଣ ମାରିଲେ ଛକା l

ଲକ୍ଷ୍ମୀ ବାନ୍ଧି ରାକ୍ଷୀବଳିରାଜା ହାତେ

ବାମନ ରୁପି ବିଷ୍ଣୁଙ୍କୁ

ମୁକୁଳାଇ ଆଣି ପାରିଲେ ବୈକୁଣ୍ଠେ

ଦେଖ ରାକ୍ଷୀ ମହିମାକୁ l

ସେବକ ବାନ୍ଧଇ ମାଲିକ ହାତରେ

ବିପଦେ ଆପଦେ ସାହା

ରକ୍ଷlକର୍ତ୍ତା ହାତେ ରାକ୍ଷୀ ବନ୍ଧାଯାଏ

ଏତ ସଂସାରର ମାୟା l

ଜଗା ବଳିଆ ଙ୍କ ହାତରେ ଶୁଭଦ୍ରା

ରାକ୍ଷୀ ବାନ୍ଧି ଦେଇଥାନ୍ତି

ନାରୀ ରକ୍ଷାକର୍ତ୍ତା ପୁରୁଷ ଅଟନ୍ତି

ଯୁଗେ ଯୁଗେ ଏହି ରୀତି l

ସ୍ତ୍ରୀ ର ସଂନମାନ ଭଉଣୀର ମାନ

ମାଆର ମର୍ଯ୍ୟାଦା ପାଇଁ

ଏ ଦିନରେ ଆମେ ଶପଥ କରିବା

ନାରୀ ସୁରକ୍ଷା ଦେଵଇଁ l

ଏ ଭାରତ ପର୍ବ ମହନୀୟ ଗୁଣ

ବର୍ଣ୍ଣିବା ପାରିବ କିଏ

ଯୋଗୀ ଋଷି ମୁନି ଯାହା ଲେଖିଛନ୍ତି

ସେଥିରୁ ଲେଖେ ଅଧ୍ୟାଏ ।।


Rate this content
Log in

Similar oriya poem from Abstract