STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ରଖିଥିଲି ପ୍ରେମଟିକେ

ରଖିଥିଲି ପ୍ରେମଟିକେ

1 min
298

ରଖିଥିଲି ପ୍ରେମଟିକେ

ହେଲେ ତୁମେ ମାଗିବସିଲ ଐଶ୍ୱର୍ଯ୍ୟ

ସ୍ନେହ ସରାଗ ରଖିଥିଲି ହୃଦୟରେ

ବିଦାରିଲ ଶକ୍ତ ଆଘାତରେ

ତୁମଲାଗି ଫଗୁଣର ଫଗୁଟିଏ ରଖିଥିଲି

ହେଲେ ମାଗିବସିଲ ଚନ୍ଦ୍ର ଆଉ ତାରା

ଗଢିଥିଲି ବିଶ୍ବାସର ଘରଟିଏ

ହେଲେ ଭାଙ୍ଗିଲ ଝଡଟିଏ ହୋଇ

ସୈ।ନ୍ଦର୍ଯ୍ୟ ଟିକିଏ ରଖିଥିଲି

ହାତ ବଢାଇଲ କରାଗତ ପାଇଁ

ଧୈର୍ଯ୍ୟଚ୍ୟୁତି ହେଲା ତୁମ

ମାଗିନେଲ ସବୁକିଛି

ମୁଁ ବି ଦେଇଚାଲିଲି

କାହିଁକି ନା ସବୁକିଛି ତ ତୁମର

ପ୍ରେମ,ଫଗୁ, ଇନ୍ଦ୍ରଧନୁ ସବୁକିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract