ରଖିବା ଉଚ୍ଚେ
ରଖିବା ଉଚ୍ଚେ
ସାହିତ୍ୟର ସବୁ ସାରଥୀ ଆମେ ତ
ବିକାଶର ଧାରା ବୁହାଇ ଦେବା
କଥାରେ କାମରେ କମାଣ ଫୁଟାଇ
ମାତୃଭାଷା ଆମ ଉଚ୍ଚେ ରଖିବା।
ଭାଷା ବିକାଶର ସୁଯୋଗ୍ୟ ସାରଥୀ
ନ ରହିବା ଆମେ କେବେ ନିରବ,
ବାଦ ବିବାଦରେ ଲିପ୍ତ ନ ରହି
ବଢାଇବା ଆମ ଦେଶ ଗୌରବ।
ସ୍ଵାଧୀନ ଭାରତ ସନ୍ତାନ ଆମେ
ଗଣତନ୍ତ୍ରର ଶାସନେ,
ଏକତା ମନ୍ତ୍ରେ ଦୀକ୍ଷିତ ହୋଇ
ହିଂସା ଦ୍ଵେଷ ନ ରଖିବା ମନେ।
