STORYMIRROR

Debabrata Barik Debunu

Romance

3  

Debabrata Barik Debunu

Romance

ରଖିବ ତୁମ ପ୍ରେମରେ

ରଖିବ ତୁମ ପ୍ରେମରେ

1 min
362

ଯେଉଁ ପଲକରେ ରହିଅଛ ତୁମେ

ରଖିଥିବ ସାଇତିକି

ଦୂରେ ଗଲେ ମୋତେ ଭୟ ଘେରି ଆସେ

ଆଖି ମୋର ଯାଏ ଜକି..

ପ୍ରଥମ ଛୁଆଁ ର ମୂଲର ପାଉଣା

ଅଭୁଲା ସ୍ମୃତି ମୋ ପାଇଁ 

ଅମାନିଆ ପକ୍ଷୀ ସାଜି ଉଡ଼ିଗଲେ

ତଥାପି ରହିବି ଚାହିଁ

ଆଖି ପଲକରେ ଯେମିତି ଲୁଚେଇ

ରଖିଛି ଛାତି ଭିତରେ

ମନ ସାମୁକା ରେ ମୋତି ଟିଏ ପରି

ରଖିବ ତୁମେ ପ୍ରେମରେ

ଏଇ ବୋଧେ ପ୍ରେମ ଏଇ ଜନ୍ମେ ଆମ

ସୁଖେ ଦୁଃଖେ ଦେବା କାଟି

ସାତ ଜନମକୁ ସାକ୍ଷୀ ରଖି ଯିବା

ସାକ୍ଷୀ ଆମ ହାତ ଗଣ୍ଡି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance