STORYMIRROR

Pranati Mahapatra

Abstract Inspirational

4  

Pranati Mahapatra

Abstract Inspirational

ରଖ ପ୍ରଭୁ

ରଖ ପ୍ରଭୁ

1 min
214

ମହାମାରୀ ନାମ ତା'ର ଅଟଇ କରୋନା

ଉଦ୍ଭବ ଏ ବହୁଦୂରୁ ଦେଶ ତା ଚାଇନା।


କିିିଏ କହେ ତୃତୀୟ ବିଶ୍ଵ ଯୁଦ୍ଧ ବିଜୟ

ଭୂୂତାଣୁ ମାଧ୍ୟମେ କରି ସେହି ପରାଜୟ।


ଚାଇନାର ଉହାନରୁ ଏବେ ଘରେ ଘରେ

ଆତଙ୍କରାଜ ରଚୁଛି ହୋଇ ହରସରେ।


ମହାଶଙ୍କଟ ମହାବିପତ୍ତି ଜଗତରେ

ହସ୍ତପଦ ଶୃୃଙ୍ଖଳ ବନ୍ଦୀ ସର୍ବ ଘରେ।


ମୁୁଖେ ତୁଣ୍ଡି ବାନ୍ଧି କାଳ କାଟୁଛନ୍ତି ନର

ଭୟଭୀତ ସବୁବେଳେ ଥାଏ ଭାଇରସର।


ପ୍ରଥମ ଲହରୀ ଥିଲା ଯେ ସୀମା ମଧ୍ୟରେ

ଦ୍ବିିିତୀୟ ଲହରୀ ରୋଳ ଛୁଟେ ସବୁଠାରେ


ଧନ ଜୀବନ ଜୀବିକା ବାଧାପ୍ରାପ୍ତ ହୁୁୁଏ

ଶିିକ୍ଷା ସ୍ଵାସ୍ଥ୍ୟ ବିପର୍ଯ୍ୟସ୍ତ କହି ତ ନ ହୁଏ।


ତୃୃୃତୀୟ ଲହରୀ ନାନା ରୂପେ ରୋଗ ନେଇ

ନିିଶ୍ଚହ୍ନ କରିବ ଧରା ପଣ ଅଛି ହୋଇ।


ହାହତାସ ମଧ୍ୟେ ଦିନ କେବଳ ଚାଲିଛି

ତ୍ରାାହି ତ୍ରାହି ଶବ୍ଦେ କାନ ଅତଡା ଫାଟୁଛି।


ସଭିଏଁ ଏକ ମୁଖରେ ଡାକି ଜଗନ୍ନାଥ

ରଖ ପ୍ରଭୁ ସୃଷ୍ଟି ଏହା ତୁମରି ଜଗତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract