STORYMIRROR

Pranati Mahapatra

Abstract

2  

Pranati Mahapatra

Abstract

ରଖ ମହାପ୍ରଭୁ

ରଖ ମହାପ୍ରଭୁ

1 min
120

କାହିଁକି ମଉନେ ବସିଅଛ ପ୍ରଭୁ 

ତୁମେ ସେ ବଡ଼ଦେଉଳେ,

ତୁମ ଜଗତରେ ପୋକ ମାଛି ପରି

ଭକତ ମରେ ବିକଳେ

କରି କରାଉଛ ସବୁ କାଳେ ତୁମ 

ଲୀଳା ଆହେ ଲୀଳାମୟ,

ଏମିତି ବିପତ୍ତି କିଆଁ ଭିଆଉଛ

କିଏ ବା ଦେବ ଅଭୟ

ଔଷଧ ବିନା ଦୁଃସମୟେ ମରେ

ପିଲା ପାଖେ ବାପା ମାଆ,

ଅଜଣା ରୋଗର ମୁକାବିଲା କରି

ହୋଇବ କେ ଆଜି ସାହା

ମାଳିକା ବଚନ କାହା ଭବିଷ୍ୟବାଣୀ

ମିଛ ହେଉ ଅବା ସତ,

ଏସବୁ କାମରେ ନାୟକ ତ ତୁମେ 

ରକ୍ଷା କର ଏ ଜଗତ

ନୀଳଚକ୍ର ବାନା ହୁତୁହୁତୁ ହୋଇ

ଜଳିଲା ଅଗ୍ନିରେ ଆଜି,

କଳିକାଳ କିବା ହୋଇଯିବ ଶେଷ

ଆତଙ୍କିତ ଦେଖି ଏ ଦୃଶ୍ୟ ରାଜି

ରଖ ମହାପ୍ରଭୁ ସୁନ୍ଦର ଧରାକୁ

ସୁଦର୍ଶନ ର ଉହାଡେ,

ମହାବିପତ୍ତି କୁ ଦୂରେ ଠେଲଦିଅ

ଭାବି ଭାରି ଡର ମାଡେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract