ନିବିଡ଼ତା ଭରା ଆନନ୍ଦର ଏ ପର୍ବ
ମାଟିମାଆ ପାଇଁ ଚାଷୀର ଗର୍ବ
ମାଆମାଟି ପାଇଁ କୋଳାକୋଳି ସର୍ବ
ଦୋଳି ପାନ ପିଠା ମିଠା ଅପୂର୍ବ
ରଜ ଆସିଲେ ବନସ୍ତେ ଡାକେ ଗଜ
ତାର କି ପଡିଛି ଗରଜ
ସୁନାକୂଅପାଣି ମଣିମା ଗାଧେଇ ମଗଜ
ଜର ଉପଚାର ଭକ୍ତ ଅସହଜ
ରଜ ବୋଲି ପିଠାପଣା ସଜବାଜ
ଦିଆନିଆ ଭାବର ମଉଜ
ମୌସୁମୀ ରତରତେ ଆଜ
ବର୍ଷିବ ମେଘର ଶୁଭେ ଗରଜ
ଉଡୁଛି ଆକାଶେ ପକ୍ଷୀ ବାଜ
ଆକାଶେ ବଉଦର ସଜା ସାଜ
ଅତୀତ ହେଜ ଭଜ ତା ରାଜ
ଗୁଆଖୋଳପା ଜୋତାରେ ରଜ
ଆଣେ ପୋଡପିଠା ମଉଜ
ସୁନାକଳସ ଢାଳିବ ହାତୀ ଜମି ସଜ
ସେଇଥିପାଇଁ ଗଜରାଜ
ଡାକେ ଚାଷୀଏ ଉଠ ହେଜ
ମାଟିମାଆ ଉତ୍କର୍ଷ ପାଇଁ ପର୍ବ ରଜ
ହୁଅ ସଜ କର୍ଷଣ ବର୍ଷଣ ସହଜ
ଜମି କର ସଜ ଉଡାଇ ଧ୍ୱଜ
ଫଳିବ ସୁନା ବଜା ପଖଉଜ
ରଜ ମଉଜରେ ହସେ ପାନ ବରଜ
ସାଥେ ସାଧବବୋହୁ ବର୍ଷା ଭିଜା ଲାଜ