STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ରଜ

ରଜ

1 min
238


ଏ ପର୍ବ ମାଟିରୁ ଆକାଶ ଯାଏ ବିସ୍ତାରିତ ଓ ତା' ମହକରେ 

ଆବାଳ-ବୃଦ୍ଧ-ବନିତାଙ୍କୁ ଏକତ୍ରିତ କରୁଥିବା ଉତ୍ସବଟିଏ, 


ପୁରାତନ ଶାସ୍ତ୍ରଠୁ ଆରମ୍ଭ କରି ଆଧୁନିକ ବିଜ୍ଞାନ ତତ୍ତ୍ୱ ସହ

ଜଡ଼ିତ ଥିବା ପ୍ରକୃତିର ଏ ଓଡ଼ିଆ ପରମ୍ପରାକୁ ସୁବର୍ଣ୍ଣ ଭେଟିଟିଏ, 


ନାରୀର ଜୀବନ ଆଉ ମା' ବସୁମତୀଙ୍କ ଶାରୀରିକ ସାମଞ୍ଜସ୍ୟ

ଏବଂ ଯୌଥ ପରିବାରର ମହତ୍ତ୍ୱ ପ୍ରଦାନ କରୁଥିବା ମୁହୂର୍ତ୍ତଟିଏ, 


ସହରୀ ସଭ୍ୟତାକୁ ଗ୍ରାମ୍ୟ ଜୀବନ ପ୍ରତି ଆକର୍ଷିତ ହେବା କାରଣ

ଓ ବଣ, ଜଙ୍ଗଲ ବୃକ୍ଷମାନଙ୍କ ସହ ମାନବର ସମ୍ପର୍କର ଦୃଷ୍ଟାନ୍ତଟିଏ, 


ମାତାପିତାଙ୍କ ସ୍ନେହ, ଭାଉଜ-ନଣନ୍ଦ-ଦିଅରଙ୍କ ମଜଲିସ୍ ସହ

ମାମୁଁଘର ଆଉ ମାଉସୀ ଆଦିଙ୍କ ଭଲପାଇବାର ଅବସରଟିଏ, 


ଶିଶୁ ଅବା କିଶୋରୀ-କୁଆଁରୀ କନ୍ୟାଙ୍କ ମନଭରି ସଜେଇ ହେବାର

ଏବଂ ଓଡ଼ିଆ ପିଠାପଣାର ଉପଭୋଗ ପରମ୍ପରା ପ୍ରସାର ମାଧ୍ୟମଟିଏ, 


ଗଛରେ ନାନାପ୍ରକାର ଦୋଳିରେ ଝୁଲି ରଜଗୀତ ଗାଇବାର

ଏବଂ ଭଉଣୀ ତା' ଭାଇର ଶୁଭମନାସିବାର ସୁନ୍ଦର ପରିବେଶଟିଏ, 


ଦୋଳିରେ ପଛକୁ ଆଗକୁ ଝୁଲି ଜୀବନକୁ ବୁଝିବାର ତତ୍ତ୍ୱ

ଋତୁ ପରିବର୍ତ୍ତନ ରେ ବର୍ଷାକୁ ଅପେକ୍ଷା ଓ ସ୍ୱାଗତର ଇଚ୍ଛାଟିଏ। 


ପର୍ବଟି ଭାତୃଭାବକୁ ବଢାଇବାର ପାରିବାରିକ ସମ୍ପର୍କରେ

ଆହୁରି ସ୍ନେହର ମସଲା ମିଶାଇ ରଜପାନରେ ଦିନ କାଟିବାର ଦିନଟିଏ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational