STORYMIRROR

Prahallad Sahoo

Abstract Others

4  

Prahallad Sahoo

Abstract Others

ରଜ ଯେବେ ଆସେ

ରଜ ଯେବେ ଆସେ

1 min
395


ମୋ ଗାଁର ରଜ ଆସିଲେ.....

ଖନକ ଖନକ ବାଦଲ ଗରଜେ 

ରିମଝିମ ରିମଝିମ ବର୍ଷା ନାଚେ 

ନିଦାଘ ଗ୍ରୀଷ୍ମ ବେସାହାରା ହୁଏ

ରୌଦ୍ରତାପର ପ୍ରଚଣ୍ତ ମଉଳି ଯାଏ।


ମୋ ଗାଁର ରଜ ଆସିଲେ.......

ଭିଜା ମାଟିର ବାସ୍ନା ମହକୀ ଉଠେ 

ଘର୍ମାକ୍ତ ଅବୟବରେ ସିହରଣ ଜାଗେ 

ପୋଖରୀ ତୁଠରୁ ନଦୀ ପଠା ଯାଏ

ସାବୁନ ଗନ୍ଧା ହଳଦୀ ବାସ୍ନା ମହକୁଥାଏ।


ମୋ ଗାଁର ରଜ ଆସିଲେ.......

ରଜଦୋଳି ଗୀତର ଗୁଞ୍ଜନରେ 

ପୁରପଲ୍ଲୀ ମୁଖରିତ ହୁଏ,

ପୋଡପିଠାର ମହ ମହ ବାସ୍ନାରେ 

ଘର ବାହାର ବାସ୍ନାୟିତ ହୁଏ।


ମୋ ଗାଁର ରଜ ଆସିଲେ.......

ମାଆ ହାତର ଯାଦୁକାରୀ ଦେଖାଯାଏ 

ମାଆ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତି କରେ  

ଢେଙ୍କିଶାଳରୁ ହାଣ୍ଡିଶାଳ ବାସ ଛୁଟେ 

ଗାଁଟା ଯାକ ଚଳଚଞ୍ଚଳ ହୋଇଉଠେ।


ମୋ ଗାଆଁର ରଜ ଆସିଲେ.......

ମାମୁଁଘରୁ ଆମ୍ବ, ପଣସ ଆସେ

ଭଉଣୀଙ୍କୁ ଝୋଲାନ୍ତି ଭାଇମାନେ 

ଶଳା ଭିଣୋଇଙ୍କ ଥଟ୍ଟା ତାମସା ଚାଲେ

ମାଛ ମାଂସର ଭୋଜିଭାତ ମନ ହରସେ।



Rate this content
Log in

Similar oriya poem from Abstract