STORYMIRROR

sudhakar sethi

Abstract Tragedy

3  

sudhakar sethi

Abstract Tragedy

ରଜ ଲାଗେ ଫିକା ଫିକା

ରଜ ଲାଗେ ଫିକା ଫିକା

1 min
38


ରଜ ଲାଗେ ଫିକା ଫିକା

ସଜନୀ ଲୋ

 ରଜ ଲାଗେ ଫିକା ଫିକା

କରୋନାର ତାଉ ବଢୁଛି ଏମିତି

ମନରେ ପସେ ଛନକା ।

ସଜନୀ ଲୋ ରଜ ଲାଗେ .....


ପହିଲି ରଜରେ ନାହିଁ ସେ ସରାଗ

ନାହିଁ ଝିଅ ଝିଆଣିଙ୍କ ଦେଖା

ତାଲାବନ୍ଦରେ ଵିତୁଛି ଜୀବନ

ଦିନ କଟୁଛି ଏକାଏକା ।

ସଜନୀ ଲୋ ରଜ ଲାଗେ .....


ଦୋଳି ସେମିତି ହୋଇଛି ଉଭା

କାହାରି ଦେଖା ନାହିଁ 

ଗାଉନି କେହି ରଜଦୋଳି ଗୀତ 

ଯେମିତି ସବୁ ଯାଇଛି ବଦଳି 

ସଜନୀ ସବୁ ଯାଇଛି ....


ସ୍ମୃତି ଚାରଣେ ବିତଇ ଦିବସ

ହୃଦୟ ପାଉଛି କଷ୍ଟ

କେବେ ଫେରିବସେ ସୁନେହେରୀ ଦିନ

ଜୀବନ ହେଲାଣି ଅତିଷ୍ଠ ।

ସଜନୀ ଜୀବନ .....


ଛୁଆଁଛୁତିରେ ବାଇ ସେ ରୋଗ

କଲାଣି କେତେ ହଟହଟା

ସାରା ଜଗତ ଥରହର ଆଜି

ସଂଗରୋଧ ଏକମାତ୍ର ପନ୍ଥା ।

ସଜନୀଲୋ ସଂଗରୋଧ ....


ଜୀବନ ଥିଲେ କେତେ ଆସିବ ରଜ

ହେବ କେତେ ପୁଣି ମଉଜ

ଘରେ ରହି ଏସନ ପାଳିବା ଆସ

ମନରେ ନରଖି ଖେଦ ।

ସଜନୀଲୋ ଘରେ ପାଳିବା ରଜ ।


ତାସ ଖେଳ ଖେଳିବା ନାହିଁ

ଖେଳିବା ନାହିଁ ବାଗୁଡି

କୋରାନା କୋଉଠି ଥିବ ସେ ଛକି

ଦେବ ସବୁଖେଳ ବିଗାଡି ।

ସଜନୀଲୋ ସବୁଖେଳ ଦେବ ବିଗାଡି ।


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract