STORYMIRROR

Kshitish Jena

Action Inspirational Children

3  

Kshitish Jena

Action Inspirational Children

ରଜ ଆସୁଛି

ରଜ ଆସୁଛି

1 min
165


କେଇଟା ଦିନ ପରେ ହୋଇବ

ରଜ ପରବ ପରା

କେବଳ ଖୁସି ନୁହେଁରେ ଆମେ

ହୁଅଇ ଖୁସି ଧରା ।

ସାରା ଜଗତ ତିଷ୍ଠି ରହିଛି

ବସୁଧା ମାଆ ପାଇଁ

ତିନି ରଜରେ ତାହାରି ଦେହେ

ନଦିଏ କଷ୍ଟ କେହି ।

କୃଷକ ଭାଇ ନିଏ ବିଶ୍ରାମ

ହଳ ଲଙ୍ଗଳ ଥୋଇ

ଚାଷ କାମ ଓ କାଟିବା କାମ

ରଜରେ ହୁଏ ନାହିଁ ।

ନିଜ ବାସକୁ ଆସନ୍ତି ଫେରି

ଯେ ଥିଲେ ଯେତେ ଦୂରେ

ବନ୍ଧୁ ଓ ସାଙ୍ଗସାଥୀରେ ଭିଡ଼

ହୁଏ ସବୁରି ଘରେ ।

ପିଲାଏ ପିନ୍ଧି ନୂଆ ପୋଷକ

ପୋଡ଼ପିଠାକୁ ଖାଇ

ଉଡ଼ାନ୍ତି ଗୁଡ଼ି ଖେଳନ୍ତି ଦୋଳି

ଖୁସିରେ ଗୀତ ଗାଇ ।

ଝିଅଘରକୁ ଯାଆନ୍ତି ବାପା

ରଜଭାରକୁ ନେଇ

ବାଜାର ତାଳେ କବାଡ଼ି ଖେଳ

ସବୁଠି ହେଉଥାଇ ।

ନୂଆ ଜାଗା ଓ ସିନେମା ଦେଖି

ଯାଆନ୍ତି କେହି ବୁଲି

ଜାଣିହୁଏନି ତିନୋଟି ଦିନ

କିପରି ଯାଏ ଚାଲି ।

ଆସୁଛି ରଜ ସଭିଏଁ ଆମେ

ପାଳିବା ମିଳିମିଶି

ଏହି ପର୍ବକୁ କରୁ ସ୍ଵାଗତ

ସାରା ଓଡ଼ିଶାବାସୀ ।




Rate this content
Log in

Similar oriya poem from Action