STORYMIRROR

Premasila Raut

Abstract

2  

Premasila Raut

Abstract

ରିତା ଓ ମିତାର ବନ୍ଧୁତ୍ବ

ରିତା ଓ ମିତାର ବନ୍ଧୁତ୍ବ

4 mins
321

ରିତା ଓ ମିତା ଦୁହେଁ ପିଲାଦିନର ଭଳ ସାଙ୍ଗ । ରିତା ର ବାପା ବିକାଶ ବାବୁ ବ୍ୟାଙ୍କ୍ ମ୍ୟାନେଜର ଓ ତା ମାଁ ଜଣେ ଶିକ୍ଷୟିତ୍ରୀ । ତାଙ୍କର ଅଜସ୍ର ଧନ ସଂପତ୍ତି ସାଙ୍ଗକୁ ଜମିବାଡିରେ ଭରପୁର । ତାଙ୍କର କିଛି ଅସୁବିଧା କି କୌଣସି ର ଅଭାବ ନଥାଏ । ରିତା ଗୋଟେ ବୋଲି ଝିଅ ତେଣୁ ତାକୁ ସବୁ ଆଦର ଶ୍ରଦ୍ଧା କରନ୍ତି ଏବଂ ସେ ଘରର ସମସ୍ତଙ୍କ ଅତି ଗେହ୍ଲା । ତା ଇଚ୍ଛାକୁ ସମସ୍ତେ ସମ୍ମାନ ଦିଅନ୍ତି ଓ ତାର ଛୋଟ ବଡ଼ ଅଳି ଅର୍ଦ୍ଦଳି କୁ ମଧ୍ୟ ପୂରଣ କରନ୍ତି । ମିତା ର ବାପା ଚାଷ କରନ୍ତି ଓ ସେଥିରୁ ଯାହା ମିଳେ କଷ୍ଟେମଷ୍ଟେ ଚାରି ପେଟକୁ ପୋଷନ୍ତି । ତା ମାଁ ଘରେ ବାଡ଼ିରେ ପନିପରିବା ଚାଷ କରି ତାଙ୍କର ଛୋଟ ସରଳ ଜୀବନ ଯାପନ କରନ୍ତି । ବୋହୁଚୋରି, କାଚିକୁଡି ଖେଳରୁ ରିତା ଓ ମିତା ର ବନ୍ଧୁତ୍ୱ ଆରମ୍ଭ ଛୋଟ ବେଳରୁ ସେମାନଙ୍କ ଭିତରେ ଏକ ସୁନ୍ଦର ବନ୍ଧୁତ୍ୱ ଗଢି ଉଠିଥିଲା । ଦୁହେଁ ଦୁହିଁଙ୍କୁ ବହୁତ ଭଳ ପାଉ ଥିଲେ । ସାଙ୍ଗେ ଖେଳୁଥିଲେ, ଏକା ସାଙ୍ଗରେ ଖାଉଥିଲେ, ଏକା ସାଙ୍ଗରେ ବୁଲୁଥିଲେ । ଦୁହେଁ ଦୁହିଁଙ୍କୁ ଦଣ୍ଡେ ନ ଦେଖିଲେ ପାଗଳଙ୍କ ପରି ହେଉଥିଲେ । ମିତା ବେଳେବେଳେ ରିତା ଘରେ ଯାଇ ଜଳଖିଆ ଖାଏ । ଭୋଜନ ବି କରେ, ଟିଭି ଦେଖେ, ତାଙ୍କର ବଗିଚାରେ ଦୋଳି ଖେଲେ ଏମିତି ରିତା ସହ ମଜା ମସ୍ତି କରି ଦିନ କଟାଏ କିନ୍ତୁ ରିତା ର ମାଁ ଏ ସବୁ କୁ ପସନ୍ଦ କରନ୍ତିନି। କୁହନ୍ତି ରିତା କୁ ଛୋଟ ଲୋକର ଝିଅ କୁ ଆଣି ଏଠି ଘରେ ପାଲା କରୁଛୁ। ଖୁଆଉଛୁ,ବୁଲାଉଛୁ, ତତେ ଲାଜ ଲାଗୁନି ସିଏ କଣ ତୋର ସମକକ୍ଷ ଅଟେ କି । ଆମେତ କୋଟିପତି ଆମ ପାଖେ ଗାଡ଼ି ବଙ୍ଗଳା ସବୁକିଛି ଅଛି, ଆମର ସମାଜରେ କେତେ ନାଁ ସମ୍ମାନ ଅଛି ଆଉ ତୁ ମାମୁଲି ଚାଷି ର ଝିଅ ସହିତ ଖେଳା ବୁଳା କରୁଛୁ । ଆମକୁ ସମାଜ କଣ କହିବ, ଲୋକେ କଣ କହିବେ । ତୁ ଆମ ମାନ ସମ୍ମାନ ମାଟିରେ ମିଶେଇ ଦଉଛୁ । ଏମିତି ଅନେକ ଗାଳି କରି କୁହନ୍ତି ଦେଖ ରିତା ଭଳରେ ଭଳରେ କହୁଛି ତୁ ସେହି ମିତା ସାଙ୍ଗରେ ସାଙ୍ଗ ହେନା । ଏମିତି ବାରମ୍ବାର ଧମକ ଦିଅନ୍ତି ରିତା ର ମାଁ ଆରତୀ ଦେବୀ । କିନ୍ତୁ ରିତା ସବୁ ଶୁଣି ଖାଳି ଗୋଟିଏ ପଦ କହେ ମାମା ମିତା ମୋର ଜଣେ ଭଳ ସାଙ୍ଗ । ଆରତୀ ଦେବୀ କୁହନ୍ତି ସାଙ୍ଗ ନା ଛେନା ଗୁଡ଼ ।କେବେ କେବେ ରିତା ମଧ୍ୟ ମିତା ଘରକୁ ଯାଇ ବୁଲାବୁଲି ଖେଳା ଖେଳି କରେ । ଏବଂ ମିତା ସାଙ୍ଗେ ମିଶି କେବେକେବେ ପଖାଳ ଶାଗ, ବଡ଼ିଚୁରା, ଟମାଟୋ ଚଟଣୀ ଖାଏ । ଆଉ ମିତା ମାଁ ସାବିତ୍ରୀ ଦେବୀ ଙ୍କୁ କହେ ମାଉସୀ ମୋତେ ମୁଢ଼ି ଭଜା ଓ ଚଣା ଟିକେ ଦିଅ ଖାଇବି ଅତି ସ୍ନେହରେ ବଢେଇ ଦିଅନ୍ତି ମିତା ଓ ରିତା କୁ ଚଣା ଭଜା ।ମିତା ର ମାଁ ବହୁତ ଶାନ୍ତ ଶିଷ୍ଟ ସ୍ୱଭାବର । ସେ ମିତା ଓ ରିତା ଦୁହିଁଙ୍କୁ ନିଜ ଝିଅ ପରି ଦେଖନ୍ତି ଭଳ ପାଆନ୍ତି । ରିତା ମିତା ଘରକୁ ଯାଉଛି ଏ କଥା ଜାଣି ଆରତୀ ଦେବୀଙ୍କ ଭାରି ରାଗ ରିତା ଉପରେ କାରଣ ତାଙ୍କର ବହୁତ ଗର୍ବ ଧନ ସମ୍ପତି କୁ ବହୁତ ଭେଦ ଭାବ କରନ୍ତି, ଉଚ୍ଚ ନୀଚ, ଧନୀ ଦରିଦ୍ର । ଖାସ୍ ଏଥି ପାଇଁ ମିତା ଓ ମିତା ର ପରିବାର କୁ ଆଡ ଆଖିରେ ବି ଦେଖନ୍ତିନି ଆରତୀ ଦେବୀ ।ଏବଂ ବାରମ୍ବାର ମନା ବି କରନ୍ତି ମିତା ସହ ନ ମିଶିବାକୁ ତା ଘର ନ ଯିବାକୁ କିନ୍ତୁ ରିତା କିଛି ଶୁଣେନା କି ମାନେନା ଦୁହିଁଙ୍କ ଭିତରେ ଘନିଷ୍ଠ ବନ୍ଧୁତ୍ବ । ଏମିତିକି ରିତା ତାର ଡ୍ରେସ ମାନେ ବି ମିତା କୁ ପିନ୍ଧିବା କୁ ଦିଏ । ଖାଇବା ଦୁଇ ଜଣ ଭିତରେ ଭାଗବଣ୍ଟା କରୁଥିଲେ । ଦୁଇ ଜଣଙ୍କ ମଧ୍ୟରେ ଆତ୍ମୀୟତା ଅଗାଢ ବିଶ୍ୱାସ ଓ ଢେର୍ ସାରା ଭଲପାଇବା ଥିଲା, ସେଥି ପାଇଁ ରିତା ତା ମାଁ ଠାରୁ ଗାଳି ଗୁଲଜ୍ ବେଳେବେଳେ ମାଡ଼ ବି ଖାଇ ମଧ୍ୟ ଚୁପ୍ ରହି ଯାଉଥିଲା । କାରଣ ମିତା ବିନା ସେ ରହିପରିବନି କି ମିତାଠୁ ଦୂରେଇ ପାରିବନି ।ଆଉ କେବକେବେ ତ ରିତା ମାଁ ମିତା କୁ ବି ଗାଳି କରନ୍ତି ଧମକ ଦିଅନ୍ତି ନିର୍ଲଜ ଝିଅଟି ରିତା ସାଙ୍ଗେ କଣ ପାଇଁ ସାଙ୍ଗ ହେଉଛୁ ତୁ ଆମ ଘରକୁ ଆସିବୁନି କି ରିତା ସାଥିରେ ସାଙ୍ଗ ହେବୁନି ଦେଖ କହି ଦଉଛି ବାଜେ ଝିଅ ମୋ ଝିଅ ଜୀବନ କୁ ପୁରାପୁରି ନଷ୍ଟ କରି ସାରିଲୁଣି, ମୋ ଝିଅ ଠୁ ଦୂରେଇ ରହିଲେ ଭଳ ହେବ ତୋ ପାଇଁ ବୁଝିଲୁ ।ମିତା ମଧ୍ୟ ସବୁ ଶୁଣି ନୀରବ ରହିଯାଏ କାରଣ ସେ ମଧ୍ୟ ରିତା କୁ ବହୁତ ଭଲପାଏ, ତା ବିନା ବଞ୍ଚି ପାରିବନି । ଏମିତି ଆରତୀ ଦେବୀଙ୍କ ଠୁ ଗାଳି ଖାଇ ମଧ୍ୟ ଦୁହେଁ ଦିନଟିକୁ ଖୁବ୍ ଖୁସିରେ ବିତଉଥିଲେ । କେତେ ଦିନ ଗଲାପରେ ଦୁହିଁଙ୍କର ସ୍କୁଲ ଯିବା ସମୟ ଆସିଗଲା । ରିତା କୁ ଭଳ ଗୋଟେ ସ୍କୁଲ ରେ ଆଡ଼ମିଶନ କରିବା ପାଇଁ ରିତା ମାଁ ବାପା ଯୋଜନା କରନ୍ତି। ତେଣେ ମିତା ର ମାଁ ବାପା ତ ଗରିବ ଗୋଟେ ଭଳ ସ୍କୁଲ ରେ ପଢେଇବା ପାଇଁ ହେଲେ ବହୁତ୍ ଟଙ୍କା ଦରକାର । ସେମାନେ ଗାଁ ସ୍କୁଲ ରେ ଆଡ଼ମିଶନ କରିବା ପାଇଁ ନିଷ୍ପତି ନେଲେ । ଠିକ୍ ସମୟରେ ମିତା ର ଆଡ଼ମିଶନ ହୋଇଗଲା ଗାଁ ସ୍କୁଲ ରେ । ରିତା ଜାଣିନି ଯେ ସେ ଗୋଟେ ଭଳ ସ୍କୁଲ ରେ ଆଡ଼ମିଶନ ନେବ ଓ ସହର ରେ ଯାଇ ପାଠ ପଢ଼ିବ। ଦିନେ ସନ୍ଧ୍ୟା ରେ ରିତା ର ମାଁ କହନ୍ତି ତୋର କାଲି ଆଡ଼ମିଶନ ଅଛି କଟକରେ ସକାଳୁ ଶୀଘ୍ର ଉଠିବୁ । ଶୁଣି ହତାଶ ହୋଇ ପଡ଼େ ରିତା, ମୁହୂର୍ତ୍ତ କ ପାଇଁ ଦେହରୁ ପ୍ରାଣ ଚାଲିଗଲା ଭଳି ଲାଗିଲା ତାକୁ । ତା ମାଁ କୁ ଯାଇ ଧୀର କଣ୍ଠରେ ପଚାରିଲା ମାମା ମୁଁ ସହର ରେ ଯାଇ ପାଠ ପଢିବି । ଆରତୀ ଦେବୀ କହିଲେ ହଁ । ରିତା କହିଲା ସମ୍ଭବ ନୁହେଁ ମାମା ମୋ ପକ୍ଷେ, ମୁଁ ସେତେ ଦୁରେ ରହି ପାଠ ପଢିପରିବନି ମୁଁ ଗାଁ ସ୍କୁଲ ରେ ହିଁ ପାଠ ପଢିବି । ଆରତୀ ଦେବୀ ରାଗି ଯାଇ ଗୋଟେ ଶକ୍ତ ଚାପୁଡ଼ା ଦିଅନ୍ତି ଆଉ କହନ୍ତି ତୁ ମିତା କଥାରେ ପଡି ଗାଁ ସ୍କୁଲ ରେ ପଢିବାକୁ ଚାହୁଁଛୁ ନା । ଏତିକି ବେଳେ ବିକାଶ ବାବୁ ପହଞ୍ଚି ରିତା କୁ କୋଳେଇ ନିଅନ୍ତି । ରିତା କାନ୍ଦି କାନ୍ଦି ମୁଁ ଗାଁ ସ୍କୁଲ ରେ ପଢିବି ବାପା ବୋଲି କଇଁ କଇଁ ହୋଇ କହୁଥାଏ । ଆଉ ମିତା କୁ ଛାଡ଼ି ସହରେ ଯାଇ ପାଠ ପଢିବି ନି ବୋଲି କହିଲା । ବିକାଶ ବାବୁ ରିତା ଓ ମିତା ର ବନ


Rate this content
Log in

Similar oriya poem from Abstract