STORYMIRROR

shaikh mozahid mahatab

Tragedy

2  

shaikh mozahid mahatab

Tragedy

ରିକ୍ସାବାଲା

ରିକ୍ସାବାଲା

1 min
26

 

ଆଜିଭି ମନକୁ ଆନ୍ଦୋଳିତ କରେ 

ବାଣୀବିହାର ର ଛାତ୍ରଜୀବନ 

ଓ ସେହି ରିକ୍ସାଵାଲା

ଝିପି ଝିପି ବର୍ଷା ଟୋପା 

ପିଚୁ ରାସ୍ତାର କଳା ଦେହରେ ପଡି 

ହେଉଥିଲା ବିଛୁରିତ 

ବିଜୁଳି ଆଲୋକରେ 

ସେହି ବର୍ଷା ଛିଟାର କଣିକା ସବୁ 

ହେଉଥିଲେ ଆଲୋକିତ ।

ଲାଗୁଥିଲା ଯେମିତିକି 

ଚୁନା ଚୁନା ହୋଇ ହୀରାଖଣ୍ଡ ଗୁଡା 

ହସୁଥିଲେ ଲାଜକରି 

ସେ ହସରେ ବେଶ ବାରିହୋଇ ପଡୁଥିଲା 

ତା ନିଷ୍ପ୍ରଭ ଓଠରୁ ନିଗିଡି ପଡୁଥିବା ବର୍ଷା ବିନ୍ଦୁ 

ଭଙ୍ଗା ରିକ୍ସା ଓ ଜରାଜୀର୍ଣ୍ଣ ଶରୀରକୁ ଧରି 

ଫୁଂଗୁଡା ଦେହରେ ଅପେକ୍ଷା କରିଥାଏ ରିକ୍ସାଵାଲା ।

ଗାଡ଼ିରୁ ଓଲେହି, ଏକ ଅଜଣା ଡାକରେ ଅଟକିଗଲି

ବାବୁ କୁଆଡ଼େ ଯିବ! କହିଲି ମଧୁସୂଦନ ଛାତ୍ରାବାସ

ସଙ୍ଗେସଙ୍ଗେ ଜରିଟିଏ କାଢି ଅତି ଯତ୍ନର ସହ 

ଘୋଡେଇ ଦେଲା ତା ରିକ୍ସା ସହ ମୋତେ କହିଲା

ବାବୁ ଗ୍ରାହକ ଇଶ୍ୱର ।

ଶୀତଳ ସମିରରେ ବର୍ଷା ଛିଟାର କଣିକା ଦେହକୁ

ଥରାଇ ହୃଦୟ ସ୍ପନ୍ଦନ କୁ ତୀବ୍ର କରୁଥାଏ  

ପହଂଚି ସରିଥାଏ ମୁଁ ହଷ୍ଟେଲ ଗେଟ ନିକଟରେ 

ତାକୁ କୋଡ଼ିଏଟି ଟଙ୍କା ଦେଲି, ଯାହା ତା ପ୍ରାପ୍ୟ ଠାରୁ 

ଢେର ଅଧିକ ଥିଲା, କହିଲା ବାବୁ ଖୁଚୁରା ନାହିଁ ।

ହାତର ଇସାରା କଲି ରଖିବା ପାଇଁ, ବର୍ଷା ରେ ଭିଯୁଭିଯୁ

 ଉପରକୁ ମୁହଁ ଟେକି ମୁରୁକି ହସି ପ୍ରଣାମ କଲା

ତା ନିଷ୍ପ୍ରଭ ଓଠରେ ହସ ଚେନାଏ ଦେଖି, 

ମୁଁ ଭାବିଲି ଏ ଦୁନିଆରେ ଯଦି କେହି ସୁଖୀ ଲୋକ ଥାଏ ସେ ହେଲି ମୁଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy