STORYMIRROR

Kali Kumar

Tragedy Inspirational

3  

Kali Kumar

Tragedy Inspirational

ରିକ୍ସାଵାଲା

ରିକ୍ସାଵାଲା

1 min
31

ତିନି ମାସ ହେଲା, ଝୁଲୁଛି ତାଲା

ବନ୍ଦରେ ତା'ର ଜୀବିକା ଗଲା

ସାହାରା ନାଇଁ,

ତା' ପାଇଁ ସାହାଯ୍ୟ ସହାନୁଭୂତି ବି କାହିଁ !


ଯେନ ତେନ ତିନି ମାସ ବିତିଲା

ପେଟ କଥା ଥାଉ,ଏବେ ତଂଟି ଶୁଖିଲା

ଚାଉଳ ପାଇଁ,

ମାଠିଆ ଓଜାଡ଼ିଲେ ଖୁଦ ବି ନାହିଁ ।।


ଜୀର୍ଣ୍ଣ ଶରୀର ଉର୍ବର ମନୁ

ଆଶା ଯେ ମଉଳେ ତା' ଦିନୁ ଦିନୁ

ସମସ୍ୟା ନଈ,

କୂଳ ଲଙ୍ଘିଚାଲେ ଉପାୟ ନାହିଁ ।।


ଘରେ ଚାରି ପ୍ରାଣୀ, ପାଞ୍ଚ କୁଟୁମ୍ବ

ଜୀବନ ଧରିବା ନୁହେଁ ସମ୍ଭବ

ଅଭାବ ଛାଇ,

ଅନ୍ଧକାରେ ସ୍ପଷ୍ଟ ରୂପ ନିଅଇ ।।


ହରସ ତା'ର ହରଣ ହେଲା

ସମସ୍ୟା ଦିନୁ ଦିନ ବଢ଼ିଲା

ହେ ! ସରକାର,

ଆମ ପାଇଁ କିଛି ଉପାୟ କର ।।


ହୁଅନ୍ତା କି ଥରେ ପ୍ରବାସୀ ଫେରନ୍ତା

କିଛି ଦିନ ପାଇଁ ଚିନ୍ତା ଯାଆନ୍ତା

ଦି' ହଜାର ନେଇ,

ହରସେ ଘରକୁ ଯାଆନ୍ତା ଧାଇଁ ।।


ତେଲ ଲୁଣ ଶାଗ କିଣି ପକାନ୍ତା

କ୍ଷୁଦ୍ଧାର ଦାଉକୁ ତିଳେ ଶାନ୍ତ କରନ୍ତା

କିଛି ନ ହେଉ,

ପାଣି ପିଇ ତା' ଜୀବନ ରହୁ ।।


ନା ସିଏ ପ୍ରବାସୀ, ନା ବଡ଼ ବଡ଼ିଆ

ଯୋଜନା ତା' ପାଇଁ ବନ୍ଧ୍ୟା ପଡ଼ିଆ

ସର୍କାରୀ ଖାତା,

ଲେଖେ ନାହିଁ କେବେ ତାହାର ବ୍ୟଥା ।।


ଶୋଷିତ ଅବହେଳିତ ସିଏ ରିକ୍ସାଵାଲା

କାନ୍ଥ ଅଛି ହେଲେ ଛାତଟା ମେଲା

ଦୁଃଭାଗ୍ୟ ଶିଡ଼ି,

କମିବା ବଦଳେ ଯାଏ ତା' ବଢ଼ି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy