STORYMIRROR

Papu parida

Drama Classics Others

3  

Papu parida

Drama Classics Others

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର

1 min
140

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର।

ରହସ୍ୟ ତୁମର ଜନମ ମରଣ

ରହସ୍ୟର ଚକାଡୋଳା

ରହସ୍ୟ ତୁମର ରୂପର ଗଢଣ

ରହସ୍ୟ ତୁମରି ଲୀଳା।

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର।

ରହସ୍ୟମୟ ସେ ପତିତପାବନ

ରହସ୍ୟ ନୀଳ ଚକର

ରହସ୍ୟ ତୁମର ରଥ ପଥ ଜାତ

ରହସ୍ୟ ହସ ତୁମର।

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର।

ରହସ୍ୟ ତୁମର ଆନନ୍ଦ ବଜାର

ରହସ୍ୟ ରୋଷେଇ ଘର

ରହସ୍ୟ ତୁମର ଭିନ୍ନ ଭିନ୍ନ ବେଶ

ରହସ୍ୟ ରତ୍ନ ଭଣ୍ଡାର।

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର।

ରହସ୍ୟ ତୁମର ନବକଳେବର

ରହସ୍ୟ ବନକ ଲାଗି

ରହସ୍ୟ ତୁମର ସବୁ ନୀତିକାନ୍ତି

ରହସ୍ୟ ରୂପର ବାଗି।

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର।

ରହସ୍ୟ ତୁମର ମହୋଦଧି କୂଳ

ରହସ୍ୟ ଶରଧା ବାଲି

ରହସ୍ୟ ତୁମର ବାଇଶି ପାହାଚ

ରହସ୍ୟ ସେ ଝୁଲା ଚାଲି।

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର।

ରହସ୍ୟ ରେ ଭରା ତୁମ ଶ୍ରୀମନ୍ଦିର

ରହସ୍ୟ ସେ ସ୍ୱର୍ଗଦ୍ୱାର

ରହସ୍ୟ ତୁମେ ବି ଲୀଳା ବି ରହସ୍ୟ

ରହସ୍ୟ ମୟ ଠାକୁର।

ରହସ୍ୟମୟ ଠାକୁର ହେ ରହସ୍ୟମୟ ଠାକୁର।


विषय का मूल्यांकन करें
लॉग इन

Similar oriya poem from Drama