STORYMIRROR

Sangeeta Barik

Tragedy

2  

Sangeeta Barik

Tragedy

ରହସ୍ୟ

ରହସ୍ୟ

1 min
126

  

ଜୀବନ ରହସ୍ୟ ଅତ୍ୟନ୍ତ ଜଟିଳ

ସହଜେ ହୁଏନା ବୁଝି,

ଦୁଃଖସୁଖଭରା ଭବସାଗରରେ

ମଣିଷଟେ ଯାଏ ହଜି ।

ଆବରଣ ତାର ପ୍ରହେଳିକା ମାତ୍ର

ମରୁ ମରୀଚିକା ସମ,

ଗୋଲକ ଧନ୍ଦାରେ ଧନ୍ଦି ହେଉଥାଏ

ଅଭିନୟ ଧର୍ମ କର୍ମ ।

ଗୋଟିଏ ଜନମ ପଡଇ ନିଅଣ୍ଟ

ଭେଦିବାକୁ ତାର ଭେଦ,

ବିଭୁଙ୍କ କୄପାରୁ ଯିଏ ସେ ଭେଦିଛି

ଚାଖିଛି ଜୀବନ ସ୍ଵାଦ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy