STORYMIRROR

Priyabrata Mohanty

Abstract Children Stories Inspirational

3  

Priyabrata Mohanty

Abstract Children Stories Inspirational

ରହସ୍ୟ

ରହସ୍ୟ

1 min
348

ରହସ୍ୟମୟ ତ     ଏ ସାରା ସଂସାର

ରହସ୍ୟ ରେ ଘେରା ସର୍ବେ,

ରହସ୍ୟ ବୁଝିବା     ଅତି କଷ୍ଟ କର

ରହସ୍ୟ ଭରିଛି ଭବେ ।।


ଧର୍ମରେ ରହସ୍ୟ     କର୍ମରେ ରହସ୍ୟ

ରହସ୍ୟ ରେ ଗନ୍ତାଘର,

ଜ୍ଞାନର ସାଗର     ସୀମିତ ହୁଅଇ

ରହସ୍ୟ ହୁଏନା ବାହାର ।।


ସ୍ୱାର୍ଥରେ ଗ୍ରାସିତ     ଅଜ୍ଞାନେ ପିଡୀତ

ଜ୍ଞାନୀର ମୁଖଟା ଧରି,

ଉପରେ ଗୋଟିଏ     ଭିତରେ ଗୋଟିଏ

ଜାଣିବା ମୁସ୍କିଲ ଭାରି ।।


ବିକଳ୍ପ ବିଧାନ     ନାହିଁ ସମାଧାନ

ରହସ୍ୟ ଉଠଇ ଯେବେ,

ଜଣା ପଡ଼ିଯିବ     କିଏ ଚୋର ସାଧୁ

ଅନ୍ତର୍ଦାହ ବାଖାଣିବେ ।।


ପରଦା ହଟିଲେ     ଲୋକ ଲୋଚନକୁ

ଆସିବ ସବୁ ରହସ୍ୟ,

ଗୁପତ କଥାଟା     ଜଣା ପଡ଼ିଯିବ

ହେବସିଏ ଲୋକ ହାସ୍ୟ ।।


ରାଜନୀତି ଚାଲେ     ରହସ୍ୟ ଭିତରେ

ସାଧୁର ଖୋଳପା ପିନ୍ଧି,

ବାହ୍ୟ ଖୋଳପଟା     ଥିବାଯାଏଁ ଦେହେ

ଥିବେ ମାୟା ଜାଲେ ଛନ୍ଦି ।।


ସତରଞ୍ଜ ଖେଳେ     ଉନ୍ମାଦ ଜନେ

ଆତ୍ମ ବଡ଼ିମାରେ ମାତି,

ଦିବା ଭଦ୍ର ନିଶା     ଘାରିଛି ସଭିଙ୍କୁ

କଳୁଷ ସମାଜ ନୀତି ।।


ଅନ୍ଧ ପୁଟୁଳିକୁ     ବାନ୍ଧି ସାଜିଅଛି

ରାଜନୀତି ଧୃତ୍ରରାଷ୍ଟ୍ର,

ନିଷ୍ପର୍ଭ ହେଉଛି     ଅସ୍ତିତ୍ଵ ହରାଇ

ଧର୍ମ ଆଜି କାରଗ୍ରସ୍ତ ।।


ନ୍ୟାୟରେ ରହସ୍ୟ     ଅନ୍ୟାୟେ ବିଜୟ

ଗୁପ୍ତରେ ରହସ୍ୟ ଅଛି,

କିଏ କଳା ଗୋରା     ଜଣା ପଡ଼ିଯିବ

ମଉନେ କାଳ ଡାକୁଛି ।।


ନିରଂକୁଶେ ଘୁରେ     ସମୟର ଚକ

କ୍ଷୀର ସାଗରରେ ଶୋଇ

ଜୀବନ କରୁଛି     ରହସ୍ୟ ତରଙ୍ଗ  

କଣ୍ଟା ର ଆଘାତ ସହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract