STORYMIRROR

Dipti lekha Mishra

Abstract Inspirational Children

2  

Dipti lekha Mishra

Abstract Inspirational Children

ରହସ୍ୟ

ରହସ୍ୟ

1 min
113

ଏଯାବତ୍ ଯାହା ସବୁ ଘଟିସାରିଛି

ଯାହା ଯାହା ଘଟୁଛି

ଯାହା ଆଗକୁ ଘଟିବ 

ଏସବୂ ଅଟେ ରହସ୍ଯ ।


ରହସ୍ୟମାନଙ୍କର ଗୂରୁ

ସେ ସବୁର ମୂଳମନ୍ତ୍ର

ତାକୁ ସୁଯୋଗ ଦେବା ନାଟୁଆ

ଆମ କାଳିଆ ଠାକୁର ପରା॥


ସମୟ,ଋତୁ,ବର୍ଷ ମାସ

ଦଣ୍ତ ମିନିଟ୍ ଘଣ୍ଟା

ସବୁ ର ରହସ୍ୟ ପଛରେ

ଅଛି ଆମ ଚକାଆଖିଆ॥


ଦୁଃଖ ସୁଖ ଆନନ୍ଦ ବିଷାଦ

ସବୁର କାରଣ ବି ସିଏ

ସବୁ ସମ୍ଭାଳୁଛି ବି ସିଏ

ସିଏ ପରା ଆମ କାଳିଆ ।


ସଂପର୍କ,ପ୍ରେମ,ବିରହର କାରଣ

ସେ ଏକା ଚକାଆଖିଆ

ଯିଏ ସାରା ସଂସାରକୁ ନଚାଏ

ସଂସାର ଉପରେ ନାଚ କରେ॥


Rate this content
Log in

Similar oriya poem from Abstract