Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Inspirational

3  

Jayashree Das

Inspirational

ରହସ୍ୟ

ରହସ୍ୟ

1 min
109



ରହସ୍ୟ ଘେରରେ ସୃଷ୍ଟିର ଉତ୍ପତ୍ତି

ରହସ୍ୟ ତା ଜୀବ ସତ୍ତା

ଆକାଶ ରହସ୍ୟ ପୃଥିବୀ ରହସ୍ୟ

ସବୁ ଲାଗେ ଏଠି ମିଥ୍ୟା l


ରହସ୍ୟମୟ ସେ କାଳିଆ ଠାକୁର

ରହସ୍ୟ ଏ ଆତ୍ମା ପ୍ରାଣ 

ଆସିଛି କେଉଁଠୁ ଯିବ କେଉଁଠାକୁ

କିଏ ସେହି ଜନ୍ତୁରାଣ l


ସୂର୍ଯ୍ୟ ଚନ୍ଦ୍ର ତାରା ମାଟି ବସୁନ୍ଧରା

ଜୀବନ ମରଣ ଚକ୍ର

ଲାଗଇ ରହସ୍ୟ ଏ ଛାର ମନୁଷ୍ୟ

ବ୍ରହ୍ମାଣ୍ଡ ଲାଗଇ ବକ୍ର l


ପାହାଡ଼ ପର୍ବତ ସାଗର ତଟିନୀ

ରହସ୍ୟ କେ ଭେଦୀପାରେ

ଆଲୋକ ଅନ୍ଧାର ଦିନ ପରେ ରାତି

ଆସେ ଯାଏ କ୍ରମିକରେ l


କ୍ଷଣ ଭଙ୍ଗୁର ଏ ଅଳିକ ସଂସାର 

ଅଦୃଶ୍ୟ ଶକ୍ତିର ହାତେ

ଭଙ୍ଗା ଗଢ଼ାହୁଏ ନିୟତି ଇଙ୍ଗିତେ

ରହସ୍ୟ ଲୁଚିଛି ସତେ l


କେଉଁ ଚିତ୍ରକର ତୂଳୀରେ ତାହାର

ଅଙ୍କିଦେଲା ଚାରୁଚିତ୍ର

ଅପରୂପ ଶୋଭା ସୁଷମା ଭରିଛି

ପ୍ରକୃତି ସୁନ୍ଦରୀ ଗାତ୍ର l


ମାଟି ଘଟ ଦିନେ ମାଟିରେ ମିଶିବ

ମୁଠାଏ ପାଉଁଶ ଦେହ

ମୃତ୍ୟୁ ଏକା ସତ୍ୟ ଜାଣେ ଏ ଜଗତ

ରହସ୍ୟ ଆମର ମୋହ l


Rate this content
Log in

Similar oriya poem from Inspirational