ରହିଯା ସମୟ
ରହିଯା ସମୟ
କିଛି ଲୋକ ଥାନ୍ତି କଂଟାବାଡରେ ତାର ପକାଇ କଳି
ଲାଗିବାକୁ,
ଅଯଥା ଅପପ୍ରଚାରରେ ଅନ୍ୟକୁ କଷ୍ଟ ପହଂଚାଇବାକୁ
ଅନୁକରଣନୁହଁ ହନୁକରଣ କରିବାକୁ
ପୁଣି କିଛି ଲୋକ ଥାନ୍ତି: ଆତ୍ମପ୍ରଚାରର ଆନୁଷ୍କାଘାରେ
ବ୍ୟସ୍ତ ରହିବାକୁ,
ତଥାକଥିତ ବୁଦ୍ଧିଜୀବୀ ବେଲାଇ ଖ୍ୟାତି ଆଜିବାକୁ
ସମାଜର ବଡଫଡା ନାଁରେ ବାହାବା ନେବାକୁ
କିଛି ଲୋକ ଥାନ୍ତି: ଫୁଗୁଳା ଦେହ ଓ ଖାଲି ପେଟରେ
ଭାଗ୍ୟକୁ ନଂଦିବାକୁ,
ମୁଠାଏ ମୁଢ଼ି ପାଇଁ
ସକାଳରୁ ସଂଧ୍ୟା ସ୍ଵଦ ଓ ଶୋଣିତ ବୁହାଇବାକୁ
କିଛି ଲୋକ ଜନ୍ମ ହୋଇଥାନ୍ତି ପକେଟରେ ରୂପା ଚାମଚ
ନେଇ,
ବିଳାସ ବ୍ୟସନରେ ଦିନ କାଟିବାକୁ
ଅନ୍ୟର ଦୁଃଖକୁ ଉପେକ୍ଷା କରିବାକୁ
କିଛି ଲୋକ ଅଛନ୍ତି: ଦୁଖ୍ ଆମ୍ବା ସହ ସଂବେଦନଶୀଳ
ହେବାକୁ,
ପାରୁପର୍ଯ୍ୟନ୍ତ ସାହାଯ୍ୟ କରିବାକୁ
ଏମାନଙ୍କର ପ୍ରସଂଗ ଆଲୋଚନା କରିବାକୁ
ଆଉ ଆମେ କେତେ ଲୋକ ଅଛୁ: ସବୁ ଦେଖିବାକୁ
ସବୁ ଶୁଣିବାକୁ,
ଆଶା ଓ ଆକାଂକ୍ଷାର ସ୍ଵପ୍ନ ଦେଖିବାକୁ
ଲେଖନୀ ମୁନରେ କାହାଣୀଟିକୁ ଉଦ୍ଧାରି ନେବାକୁ ।
