STORYMIRROR

Trushna Das

Abstract Romance Tragedy

3  

Trushna Das

Abstract Romance Tragedy

ରହିଯା କ୍ଷଣକ ପାଇଁ

ରହିଯା କ୍ଷଣକ ପାଇଁ

1 min
169

ରହି ଯା କ୍ଷଣକ ପାଇଁ ହେ ମୋର ବୟସ

   ରହି ଯା କ୍ଷଣକ ପାଇଁ ହେ ମୃତ୍ୟୁ ମୋର

ଆସିବ ଆଜି ପ୍ରିୟା ମୋର ସାଜି

   ପାଟ ରାଣୀ କ୍ଷଣକ ପାଇଁ।। 


ଯୌବନେ ପାଉଥିଲି ଭଲ ଯାହାକୁ 

   ସେ ଆସିଲା ନାହିଁ ସେତେବେଳେ ମୋ ଜୀବନକୁ

ଜୀବନ ଯାକ ଝୁରି ହେଉଥିଲି ମୋ ପ୍ରିୟାକୁ

   ହେଲେ ଆଜି ଆସିବ ସାଜି କ୍ଷଣକ ପାଇଁ ମୋ ରାଣୀ ମୋ ଜୀବନକୁ।। 


ଭାବିଥିଲି ଆଜି ବୋଧେ ମୋ ଶେଷ ରାତି

   ଚାଳି ଯିବି ଏ ଦୁନିଆରୁ ମୋ ପ୍ରିୟାକୁ ଝୁରି ଝୁରି 

ହେଲେ ଜାଣି ନ ଥିଲି ସେ ଆସିବ ଆଜି 

   ଦେବାକୁ ମୋ ମୁଖରେ ଅମୃତ ପାଣି।। 


ଇଚ୍ଛା ହେଉଛି ଫେରିଯିବାକୁ ସେଇ ଦିନକୁ

   ଯେବେ ପ୍ରଥମେ ମୁଁ ଦେଖିଥିଲି ମୋ ପ୍ରିୟାକୁ

ତାର ଖିଲି ଖିଲି ହସ ଚୋରି କରି ନେଲା ମୋ ମନକୁ 

   ହଜାଇ ଦେଲି ତା ପାଖେ ମୋ ହୃଦୟକୁ।। 


ରହି ଯା ଏ ସମୟ କ୍ଷଣକ ପାଇଁ 

   ଆଖି ମୋର ଖୋଜୁଛି ମୋ ପ୍ରିୟାକୁ ଦେଖିବା ପାଇଁ 

ବୁଡି ଯିବାକୁ ଇଚ୍ଛା ହେଉଛି ସପନ ରାଇଜରେ ସବୁ ଦିନ ପାଇଁ 

   ଯେଉଁଠାରେ ଆମେ ଗାଉ ଥିବା ପ୍ରେମ ଗୀତ ସାଥୀ ହୋଇ।। 


ହେ ମୃତ୍ୟୁ ରହି ଯା କ୍ଷଣକ ପାଇଁ 

   ମୋ ପ୍ରିୟା ଏ ଯାଏଁ ଆସୁ ନାହିଁ କଣ ପାଇଁ 

ରଖି ତା କୋଳରେ ମୁଣ୍ଡ ଶୋଇ ଯିବି ସବୁ ଦିନ ପାଇଁ 

   କଣ ଏ ସପନ ବି ମୋର ପୂରଣ ହେବ ନାହିଁ।। 


ହେ ପ୍ରିୟା ମୋର, ମୋ ହୃଦୟ କଥା ଶୁଣି ପାରୁଛ କି ନାହିଁ 

   ଜାଣିଛି ତୁମେ ମୋତେ ଯାଇଛ ଭୁଲି ସବୁ ଦିନ ପାଇଁ 

ରୁଷି ମୋ ଉପରେ ମୋତେ ଛାଡି ଚାଲିଗଲ

   ଆଉ ଯେ ତୁମେ ଫେରିଲ ନାହିଁ।। 


ହେ ଅଭିମାନିନୀ ପ୍ରିୟା ମୋର

   ତୁମକୁ ଅପେକ୍ଷା କରି ରହିଛି ସାର ଜୀବନ

ଆସି ଯାଅ ଥରୁଟିଏ ମୋତେ ଦେଖା କରିବାକୁ 

   ଥରୁଟିଏ କ୍ଷମା କରି ଦିଅ ମୋର ସେଇ ଭୁଲକୁ।। 


ହେ ମୃତ୍ୟୁ ରହି ଯା କ୍ଷଣକ ପାଇଁ 

   ନିଶ୍ଚୟ ଅଭିମାନିନୀ ପ୍ରିୟା ମୋର ଆସିବ ତାର।               ଦର୍ଶନ ଦେବା ପାଇଁ 

ତା କୋଳର ସ୍ପର୍ଶ ପାଇ 

   ବିଦାୟ ନେବି ମୁଁ ଏ ଜୀବନରୁ ହସି ହସି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract