Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance

3  

Jayashree Maharana

Romance

ରହିଛି ପଥ ଚାହିଁ

ରହିଛି ପଥ ଚାହିଁ

1 min
221


ଯୌବନ ଛୁଆଁ ଜଳାଏ କାୟା ଗୋପନେ ଦିନରାତି

ଆକୁଳ ହିଆ ଚମକେ ପ୍ରିୟା ଭିଜାଏ ଚୋରାପ୍ରୀତି

ଖିଆଲି ମନ ଭାବରେ ମଗ୍ନ ଆଖି କହୁଛି କଥା

ମିଠା ସପନ ହୃଦେ ଆଚ୍ଛନ୍ନ ଓଠରେ ନିରବତା ।


ବିରହୀ ପ୍ରାଣ ହୁଏ ଉଚ୍ଛନ୍ନ ଅବ୍ୟକ୍ତ ଆଶା ଭରି

ଏ କି ଜୀବନ ସହେ କଷଣ ସାଥିକୁ ଝୁରି ଝୁରି

କହି ନ ପାରେ କାହା ଆଗରେ ହୃଦ ବେଦନା ସିଏ

ନିରିଜନରେ ସ୍ନିଗ୍ଧ ବାଆରେ ଖବର ଦିଏ କିଏ ?


କବାଟ ଖୋଲି ପିତ ପାଙ୍ଗୁଳୀ ରହିଛି ପଥ ଚାହିଁ

ଆସିବେ ବୋଲି ହେଉଛି ଭାଳି ପ୍ରଣୟ ଗୀତି ଗାଇ

ମିଳନ ବାକି ଦେଇଛି ଲେଖି  ଅଧରେ ଲାଜ ମାଖି  

ସମୟ ସାକ୍ଷୀ ହେଉଛି ଦୁଃଖୀ ବିଭୋର ପଣ ଦେଖି ।


ଅନ୍ତରେ ପ୍ରୀତି ଖୋଜୁଛି ନିତି ମନର ମଣିଷକୁ

ବେଳ ଏମିତି ଯାଉଛି ବିତି ସଜାଇ କଳ୍ପନାକୁ ।




Rate this content
Log in

Similar oriya poem from Romance