STORYMIRROR

ବି. ନିରୁପମା

Drama

4  

ବି. ନିରୁପମା

Drama

ରହ ଦେବି ତୋର ଦେହ ଆଉଁଶି

ରହ ଦେବି ତୋର ଦେହ ଆଉଁଶି

1 min
231


କୁନି ଚଢ଼େଇ ତୁ ପଡ଼ିଛୁ ଖସି ,

ରହ ଦେବି ତୋର ଦେହ ଆଉଁଶି ।


ଟିଉଁ ଟିଉଁ ଟିଉଁ ରାବୁଛୁ କିଆଁ ,

ହୁଅନାହିଁ ଜମା ଡରି ଛାନିଆ ।


କହିବି ତୋ କଥା ବୋଉକୁ ଯାଇ ,

ଶସ୍ୟ ଖୁଆଇବି ପାଣି ପିଆଇ ।


ଯତନରେ ତୋତେ ରଖିବି ଘୋଡ଼ି ,

ସୁସ୍ଥ ହେବୁ ଯେବେ ଡେଣାକୁ ଝାଡ଼ି ।


ଆଣି ଛାଡ଼ିଦେବି ତୋ ମାଆ ପାଖେ ,

ପରିବାର ସହ ରହିବୁ ସୁଖେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama