Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ରଘୁନାଥ ସ୍ମରଣେ

ରଘୁନାଥ ସ୍ମରଣେ

1 min
328



ନିହାଣ ସ୍ପର୍ଶରେ ପ୍ରସ୍ତର ଖଣ୍ଡରେ

ଭରି ଦେଉଥିଲ ପ୍ରାଣ

ପ୍ରିୟ ରଘୁନାଥ ଭାସ୍କର୍ଯ୍ୟ ଶିଳ୍ପରେ

ଥିଲ ତୁମେ ସୁନିପୁଣ ।

ଭୁବନେଶ୍ୱରର ବିମାନ ବନ୍ଦରେ

ଷୋହଳ ଅଶୋକ ଚକ୍ର

ଧଉଳିର ବୌଦ୍ଧ ବାରବାଟି ଘୋଡ଼ା

କୀର୍ତ୍ତି ଅମର ଭାସ୍କର ।

ସଂସଦ ଭବନ ପାଞ୍ଚ ଫୁଟ ଉଚ୍ଚ

ସୂର୍ଯ୍ୟ ନାରାୟଣ ମୂର୍ତ୍ତି

ତାରା ଓ ତାରିଣୀ ଭବ୍ୟ ମନ୍ଦିରର

ତୁମେ ହିଁ ମୁଖ୍ୟ ସ୍ଥପତି ।

ସୁଦୂର ଲଦାଖ ଫ୍ରାନ୍ସ ଜାପାନରେ

କାଷ୍ଠ ପାଷାଣର ବୁଦ୍ଧ

ଦିଶେ ସମୁଜ୍ଜ୍ୱଳ ପନ୍ଦର ଫୁଟର

ଉଚ୍ଚ ଅଶୋକଙ୍କ ସ୍ତମ୍ଭ ।

ଅଶୋକା ହୋଟେଲ ନୂଆଦିଲ୍ଲୀ ଠାରେ

କୋଣାର୍କ ବିରାଟ ଚକ୍ର

ରାଜୀବ ଗାନ୍ଧୀଙ୍କ ସମାଧି ପୀଠରେ

ଶିଳ୍ପ କଳା ଚମତ୍କାର ।

ଅମ୍ଳାନ ପ୍ରତିଭା ଥିଲ ରଘୁନାଥ

ପଦ୍ମଶ୍ରୀ ପଦ୍ମ ଭୂଷଣ

ଓଡ଼ିଶା ଲଳିତ କଳା ଏକାଡେମୀ

ସଭାପତି ପଦାସୀନ ।

ରାଜ୍ୟ ସଭା ପାଇଁ ମନୋନୀତ ସଭ୍ୟ

କାର୍ଯ୍ୟକାଳ ସମୟରେ

ପଦ୍ମ ବିଭୂଷଣ ହେଲ ସ୍ୱର୍ଗପ୍ରାପ୍ତ

କରୋନାରେ ଅକାଳରେ ।

ଶ୍ରଦ୍ଧାର ସୁମନ କରୁଛୁ ଅର୍ପଣ

ପାଅ ମୁକ୍ତି ସଦ ଗତି

ଗାଉ ଶିଳ୍ପ ଗ୍ରାମ ସ୍ଥାପତ୍ୟ ନୈପୁଣ୍ୟ

ରଖୁ ଯଶ ଖ୍ୟାତି କୀର୍ତ୍ତି ।



Rate this content
Log in

Similar oriya poem from Inspirational