STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରଘୁ ମଉସା ସେ ରଘୁ ମଉସା   

ରଘୁ ମଉସା ସେ ରଘୁ ମଉସା   

2 mins
11

   ରଘୁ ମଉସା ସେ ରଘୁ ମଉସା   
     ===============
ରଘୁ ମଉସା ସେ ରଘୁ ମଉସା l
    ତାଙ୍କୁ ଜାଣିଥିଲେ ସାରା ଓଡ଼ିଶା ll
କଟକ ନଗର ଓଡ଼ିଶା ନାକ l
    ରଘୁ ମଉସାଙ୍କ ସେଠାରେ ଡାକ ll
ଆଳୁଦମ୍ ଦହିବରା ବେପାରୀ l
        ଅପୂର୍ବ ତାଙ୍କର କିର୍ତ୍ତି ଚାତୁରୀ ll
ଯେ ଖାଇଛି ତାଙ୍କ ଘୁଗୁନି ବରା l
       ଭୁଲି ପାରିବନି ଜୀବନ ସାରା ll
ମନକୁ ନିଅନ୍ତି କିଣି କଥାରେ l
       ବସି ବିକୁ ଥାନ୍ତି ଛକ ଛକରେ ll
ନେତାଜୀ ସୁଭାଷ ବଡ଼ ଓଡ଼ିଆ l
     ରଘୁ ମଉସା ମୋ ଭାରି ବଢ଼ିଆ ll
ଦିଲ୍ଲୀରେ ଓଡ଼ିଶା ମଣ୍ଡପ ହେଲା l
     ତାଙ୍କ ଦହିବରା ସେଠାକୁ ଗଲା ll
 କାହିଁ କେଉଁକାଳୁ ବେପାର ତାଙ୍କ l
       ସାରା କଟକଟା ତାଙ୍କ ଗ୍ରାହକ ll
ପିଆଜ, ମରିଚ, ଲବଣ, ମରା l
       ତାଙ୍କ ଦହିବରା ସ୍ଵାଦ ନିଆରା ll
ଗ୍ରାହକଙ୍କ ତାଙ୍କ ଲାଗେ ଲାଇନି l     
    ବେପାରରେ ସିଏ ଯଥା ଅମ୍ବାନୀ ll
ତାଙ୍କ ବିକ୍ରୀ କଳା ଅଟେ ଏପରି l
    ଟାଟା, ବିର୍ଲା ଯିବେ ନିଶ୍ଚୟ ହାରି ll
ବିକ୍ରିକଳା ତାଙ୍କ ଦେବ ପ୍ରେରଣା l
    ଛାପ ଛାଡ଼ି ଗଲେ ରଘୁ ଭାଇନା ll
କ୍ଷୁଦ୍ର ବେପାରୀଙ୍କ ଆଦର୍ଶ ସିଏ l
    ପାଠ ସାଠ ତାଙ୍କ ପଚାରେ କିଏ ll
ନିଷ୍ଠା ସିନା ତାଙ୍କର ପରାକାଷ୍ଠା l
      ନିଷ୍ଠାବାନ ସଦା ଲଭେ ପ୍ରତିଷ୍ଠା ll
ଶୁଣ ଶୁଣ ଆରେ ବିଦ୍ୟାର୍ଥୀ ଗଣ l
      ରଘୁ ମଉସା ମୋ ଏହି ପ୍ରମାଣ ll
ରଘୁ ମଉସା ମୋ ରଘୁ ମଉସା l
        ଝୁରୁଅଛି ଆଜି ସାରା ଓଡ଼ିଶା ll
କଟକରେ ଘାଟ ଗଡ଼ ଗଡ଼ିଆ l
     ତୁମ ସ୍ଥାନେ ତୁମେ ଥିଲ ବଢ଼ିଆ ll
କଟକର ଚିନ୍ତା ବାଇ ମୁଣ୍ଡିକି l
       ଆଉ କିଏ ହେବ ତୁମ ସରିକି ll
             🙏🙏🙏
                 ଅର୍ଜୁନୀ
               -------------
ଅର୍ଜ୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational