ରେଶମୀ ଡୋରୀର ଭାବ ବନ୍ଧନ
ରେଶମୀ ଡୋରୀର ଭାବ ବନ୍ଧନ
ଶ୍ରାବଣ ପୂର୍ଣ୍ଣିମା ଏ ଶୁଭ ଦିନ,
ରେଶମୀ ଡୋରୀର ଭାବ ବନ୍ଧନ l
ରେଶମ ଡୋରୀରେ ମୁହିଁ ତିଆରି,
ରାକ୍ଷୀ ନାମଟି ଅଟେ ମୋହରି l
ଶତ୍ରୁତା ଭାବକୁ ଦିଏ ଭୁଲାଇ,
ଭାଇ ଭଉଣୀକୁ ମୁହିଁ ଯୋଡଇ l
ସ୍ନେହ ମମତା ସମ୍ପର୍କର ମୁହିଁ,
ନୀରବରେ ସାକ୍ଷୀ ସଦା ଦିଅଇ l
ରେଶମରେ ସିନା ଅଟେ ତିଆରି,
ସ୍ନେହ ମମତା ସଦା ଦିଏ ଭରି l
ଭଗ୍ନ ହୃଦୟ ଯୋଡିବା ମାଧ୍ୟମ,
ଅସାଧ୍ୟ୍ୟ କାର୍ଯ୍ୟକୁ କରେ ସାଧନ l
ରାକ୍ଷୀ ବାନ୍ଧି ଦେଇ କହେ ଭଉଣୀ,
ଏତିକି କରୁଛି ଭାଇ ମାଗୁଣି l
ନ କରିଣ ଭାଇ ମତେ ତିରସ୍କାର,
ବିପଦେ ନିଶ୍ଚେ ଠିଆ ହେବ ମୋର l
ଦ୍ରୋପଦୀକୁ ଯେହ୍ନେ ପ୍ରଭୁ କହ୍ନେଇ,
ରଖିଲେ ମାନ କୋଟି ବସ୍ତ୍ର ଦେଇ l
ଦୁଇ ଭାଇଙ୍କର ଏକ ଭଉଣୀ,
ହଳଦୀ ମୁହିଁ ସେ ସୁଭଦ୍ରା ରାଣୀ l
ଦୁଇ ଭାଇ ହାତେ ବାନ୍ଧିଲେ ରାକ
୍ଷୀ,
ଏ ସାରା ଜଗତ ରହିଲା ସାକ୍ଷୀ l
ପର ନ କରିବ ଭାଇ ମୋହର,
ସର୍ବଦା ରଖିବ ପାଖେ ତୁମର l
ଭାଇ ଭଉଣୀଙ୍କ ଭାବ ବନ୍ଧନ,
ଜଗନ୍ନାଥ ସ୍ୱୟଂ ଉଦାହରଣ l
ଶ୍ରାବଣ ପୂର୍ଣ୍ଣିମା ଶୁଭ ଲଗନ,
ବଳରାମ ଙ୍କର ଜନମ ଦିନ l
ଭିକାରୀ ଠାରୁ କୋଟିପତି ଯାଏ,
ଭାଇ ହାତେ ଭଗ୍ନି ରାକ୍ଷୀ ବାନ୍ଧି ଥାଏ l
ମାନେ ନାହିଁ ମୁହିଁ ଧନୀ ଗରୀବ,
ଅଥବା ଜାତି, ଧର୍ମ, ଭେଦଭାବ l
ଇତିହାସ ତାର ଦିଅଇ ସାକ୍ଷୀ,
ରେଶମ ଡୋରେ ତିଆରି ମୁଁ ରାକ୍ଷୀ l
ଦିଲ୍ଲୀ ର ବାଦଶାହା ହୁମା୍ୟୁନ,
କରୁଣାବତୀ ଙ୍କ ରଖିଲେ ମାନ l
ରେଶମୀ ଡୋରୀର ଭାବ ବନ୍ଧନ,
ଭାଇ ତୁମକୁ ମୋ ରହିଲା ରାଣ l
ନତୁଟିବ କେବେ ଭାବ ବନ୍ଧନ,
ଯୁଗ ଯୁଗର ଏ ସମ୍ପର୍କ ଆମ l
ହିନ୍ଦୁ ପରମ୍ପରା ଆମର ଏହି,
ସବୁ ଯୁଗରେ ସଦା ଥିବ ରହି l