STORYMIRROR

Satyabati Swain

Inspirational

3  

Satyabati Swain

Inspirational

ତୁ ପୁଅ ମୁଁ ଝିଅ

ତୁ ପୁଅ ମୁଁ ଝିଅ

1 min
321

ତୁ ପୁଅ ମୁଁ ଝିଅ

ତୁ ପୁଅ ପିଲା ଫ୍ୟାଣ୍ଟ ସାର୍ଟ ପିନ୍ଧିବୁ

ମୁଁ ଝିଅ ପିଲା ପୋଷାକ

ତୋ ପାଇଁ ବନ୍ଧୁକ, ଗାଡି ଖେଳନା

ମୋ ପାଇଁ ବାର୍ବୀ କଣ୍ଢେଇ,ଟେଡି ବିଅର

ତୁ ପୋଲିସ୍ ,ସିପାହୀ ଖେଳ ଖେଳିବୁ

ମୁଁ ବୋହୁ ବୋହୁକା।


ଜନ୍ମ ପରେ ପରେ

ଆଙ୍ଗୁଠି ଦେଖେଇ

ପରିବାର ଲୋକେ ସବୁବେଳେ କୁହନ୍ତି

ତୁ ପୁଅ ବଂଶ ରଖିବୁ

ବାପା ମାଆ ମୁହଁରେ ନିଆଁ ଦେବୁ

ପିଣ୍ଡ ପକେଇବୁ ବାଁ ଆଣ୍ଠୁ ମାଡି

ତୁ ବଂଶର ଉତ୍ତରାଧିକାରୀ।


ମୁଁ ଝିଅ ପର ପରିବା

ବାହା ହେବି ପର ଘର ଯିବି

ତୁ କିନ୍ତୁ ନିଜ ଘରେ ରହିବୁ

ଏଇଟା ମୋ ଘର କହିବୁ

ହେଲେ ମୋର ଘର କାହିଁ ଯେ !


ତୁ ହଳ କରିବୁ ଗାଡି ଚଳେଇବୁ

ରାତି ଅଧ ହେଲେ ବି

ବାହାରେ ରହିବାକୁ ତୋତେ ବାରଣ ନାହିଁ

ବାହାର କାମ ସବୁ ତୋର

ମୁଁ ଝୋଟି ପକେଇବି

ରୋଷେଇ କରିବି

ରାତିରେ ବାହାରେ ରହିବା ମୋତେ ମନା

ଘର ଭିତର କାମ ମୋର।


ତୁ ସଭାରେ ଅତିଥି ପରିଚୟ ଦେବୁ

ମୁଁ ଅତିଥିଙ୍କୁ ଫୁଷ୍ପ ଗୁଚ୍ଛ

ତୁ ହାରମୋନିୟମ ବଜେଇବୁ

ମୁଁ ଗୀତ ବୋଲିବି ଓ ନାଚିବି।


କିନ୍ତୁ ତୁ ପୁଅ ହୋଇ ଯାହା କରି ପାରିବୁ

ମୁଁ ଝିଅ ହୋଇ ସେ ସବୁ କରିବାକୁ ସମର୍ଥ

ହେଲେ ବି ପରିବାର ଓ ସମାଜ ଦତ୍ତ

ଏ ଲିଙ୍ଗ ଗତ ପ୍ରଭେଦ 

କାହିଁକି ?

ଏ ପ୍ରଶ୍ନର ଉତ୍ତର ଆଶାରେ ମୁଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational