ଜଗତ କଲ୍ୟାଣ
ଜଗତ କଲ୍ୟାଣ
ମନୁ ତ୍ୟେଜି ହିଂସା ଦ୍ୱେଷ ବିଦ୍ୱେଷ
ମାନବ ଜାତିର ଉନ୍ନତି ପ୍ରଗତିରେ
କର ତିଳେ ମନୋନିବେଶ
ଭୋକ ହଟାଇବା ଗରିବୀ ହଟାଇବାରେ
ବାରେ ସର୍ବେ ଦିଅ ଧ୍ୟାନ
ସଭିଙ୍କ ମନେ ହୃଦେ ଜାଗ୍ରତ କର
ଏ ସମଗ୍ର ଜଗତ କଲ୍ୟାଣ ।
ପ୍ରାଣୀଙ୍କ ମଙ୍ଗଳ କରିବା ଆସ
ସଭିଏଁ ମିଶି ସାଧନ
ବେକାରୀ ବେରୋଜଗାରୀ ଦୂରୀକରଣରେ
ସକଳ ଆମେ ଦେବା ଆମ ମନ ପ୍ରାଣ
ସତ୍ୟ ନ୍ୟାୟ ପଥର ପଥିକ ସାଜିବା
ନୂଆ ଦେଶ ବିଶ୍ଵ ପାଇଁ କରିବା ଚିନ୍ତନ
ଦୁର୍ନୀତି ଭ୍ରଷ୍ଟାଚାର କୁ କରି ହନନ
ରଚିବା ଏ ଜଗତ କଲ୍ୟାଣ ।
ନିଶାଖୋର ଲାଞ୍ଚଖୋର ପ୍ରବୃତ୍ତିକୁ
ସମାଜୁ ଦେଶୁ ଓ ବିଶ୍ଵୁ
କରିବା ଆସ ମୋ ଭଉଣୀ ଭାଇ
ସକଳେ ମୂଳୋତ୍ପାଟନ
ସମୟାନୁବର୍ତ୍ତିତା ହୋଇ କାର୍ଯ୍ୟ ମାନ
ସକଳେ ଆମେ କରିବା ସମାପନ
ସଭିଏଁ ସଭିଙ୍କୁ ଦେବା ସମ୍ମାନ
ଆଇନ୍ ଆଖିରେ ସାଜିବା ସଭିଏଁ ସମାନ
ଉଚ୍ଚ ନୀଚ୍ଚ ର ପ୍ରାଚୀରକୁ ଭାଙ୍ଗି
ଭେଦଭାବର ସମାଜକୁ
ମିଳିମିଶି କରିବା ଦୂରୀକରଣ
ସାମ୍ୟତାରେ ସର୍ଜନା କରିବା
ଏ ଜଗତ କଲ୍ୟାଣ ।
ଧର୍ମ ଜାତି ଲିଙ୍ଗ ଓ ବର୍ଣ୍ଣର
ଭେଦାଭେଦର ନ ରଖିବା ଚିହ୍ନ ବର୍ଣ୍ଣ
ନୂତନ ପୁଲକ ନେଇ ଦେଶ ଓ ବିଶ୍ୱକୁ
ଗଢି ତୋଳିବା ଖଚିତ କରି ସୁବର୍ଣ୍ଣ
ମନ୍ଦ ବୁଦ୍ଧି ମନ୍ଦ ଚିନ୍ତା ପରିହରି
ସ୍ଵାସ୍ଥ୍ୟ ଶିକ୍ଷା ପରିବେଶ ତଥା
ପ୍ରତ୍ୟେକ କ୍ଷେତ୍ରେ ଆଣିବା ଉନ୍ନୟନ
ସର୍ବଜନଙ୍କ ମଙ୍ଗଳ ନିମିତ୍ତ
ଜୀବ ଜଗତର ସ୍ଥିତି ନିମନ୍ତେ
ଆସ ଆସ ସଭିଏଁ ମିଶି
କରିବା ଏ ଜଗତ କଲ୍ୟାଣ
ଦେଖେଇବା ଆମ
ମଣିଷପଣିଆ ଓ ମାନବିକତା ପଣ ।
