STORYMIRROR

Pradipta Kumar Behera

Inspirational

3  

Pradipta Kumar Behera

Inspirational

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
396

ପ୍ରଥମ ଅଷ୍ଟମୀ ପୋଢୁଅଁ ଅଷ୍ଟମୀ

    ମାର୍ଗଶୀର କୃଷ୍ଣ ପକ୍ଷ

ପର୍ବ ଓଡ଼ିଶାର ସବୁ ଘରେ ଘରେ

    ପାଳିତ ହୁଅଇ ଦେଖ ।


ଜ୍ୟେଷ୍ଠ ସନ୍ତାନ ଯେ ପୁଅ ଅବା ଝିଅ

   ପୂଜିତ ହୁଏ ସେଦିନ

ନୂଆ ବସ୍ତ୍ର ସଙ୍ଗେ ନାନା ପିଠା ପଣା

    ମାମୁଁ ଘରୁ ଆସେ ଜାଣ।


ଅଥରା ହାଣ୍ଡିରେ ସିଝା ହୋଇଥାଏ

   କେତେ ରକମର ପିଠା

ଏଣ୍ଡୁରି ଉଦୁର୍ଚ୍ଛି ଆରିସା କାକରା

    ଅନେକ ପ୍ରକାର ମିଠା ।


ପିଢ଼ା ପରେ ଆଙ୍କି ଚିହ୍ନ ପତାକାର

    ପୁଅକୁ ବସାଇ ଥାନ୍ତି

ଝିଅ ପାଇଁ ପଦ୍ମଫୁଲ ଚିତା ଲେଖି

    ଶୁଭ ମନାସି ପୂଜନ୍ତି ।


ଶ୍ରୀମନ୍ଦିରେ ଜ୍ୟେଷ୍ଠ ଭାଇ ବଳଭଦ୍ର

    ନୂତନ ବସ୍ତ୍ର ପିନ୍ଧନ୍ତି

ଲିଙ୍ଗରାଜ ମହାଦେବ ମହାପ୍ରଭୁ

    ମିତ୍ରେଶ୍ବର ଯାଇଥାନ୍ତି ।     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational