STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଭାବ ସାଗର

ଭାବ ସାଗର

1 min
446

ଭକ୍ତିରେ ମିଳଇ ଭଗବାନ 

ତର୍କେ ବହୁଦୂର

ଗ୍ରୀମଦ୍ଭାଗବତରେ କଥିତ

ଭକ୍ତର ଭକ୍ତିରେ ନାରାୟଣ

ଶିଷ୍ୟର ଡାକରେ ଜନ୍ତୁରାଣ

ଦାସର ଭାବରେ ଲକ୍ଷ୍ମୀପ୍ରାଣ

ବନ୍ଧା ପଡନ୍ତି ନିରଞ୍ଜନ

ସର୍ବଜନେ ବିଦିତ ଗୁରବେ ଲିଖିତ ।


କର ପତ୍ର ପଲ୍ଲବ ଯୋଡି

ପୁଷ୍ପାଞ୍ଜଳି ଅଜାଡି

ପାଦରେ ଫୋଟକା ମାଡି

ତତଲା ଖରାରେ ଝାଳି ଉଗାଳି

ମନ୍ତ୍ର ଉଚ୍ଚାରଣେ ଗଗନ କପାଁଇ

ଘଣ୍ଟି ବଜେଇ ପ୍ରଦକ୍ଷିଣ ସଜେଇ

ହୁଣ୍ଡିରେ ନୋଟ ଗଳେଇ

ଭକ୍ତି ହୁଏ ନା ଭାଇ

ଦିବ୍ୟାଙ୍ଗ ବିକଳାଙ୍ଗଙ୍କୁ ଦେଖ 

ନେତ୍ର ଫାଡି 

ବସିଛନ୍ତି ଧାଡି ଧାଡି

ଭକ୍ତି ରସାପ୍କୁତ ଭାବନା ଉଜାଡି ହେଇ ।


ଆଖିରେ ଲୋଡକରେ 

ଭକ୍ତି ଭାବନା କାହିଁ

ଦୟା କରୁଣାର ଉଦ୍ରେକ ନାହିଁ

ସନ୍ଥ ଭୀମଭୋଇ 

 ସୁରଦାସ କୁ ,

ଅନ୍ଧଭକ୍ତ ରେ ଗଣା

ଜଗତ ଉଦ୍ଧାର ପାଇଁ ରଚିଗଲେ

ଲେଖିଦେଲେ ଚିନ୍ତିଗଲେ

ବିଶ୍ଵ କଲ୍ୟାଣ ବନ୍ଦନା ଆଲେଖ୍ୟ ।


ଗାଇଲେ କହିଲେ ଭଜିଲେ ନାଚିଲେ

ଭକ୍ତି ବି ଜାଗେନା କାହିଁ

ଖୋଳ କରତାଳ ଘଣ୍ଟ ଘଣ୍ଟା ଫଟେଇ ବଜେଇଲେ

ବିନ୍ଦୁଏ ଚିମୁଝାଏ ଭକ୍ତି ମିଳଇ ନାହିଁ

ଗୁଁଗା ହାଉଡ଼ା ଠାରରେ

କାଲ କୁ ଶୁଭେନା ଶ୍ରୁତିରେ

ଭକ୍ତି ଡୋରିରେ ବାନ୍ଧି ପାରନ୍ତି ଈଶ୍ଵର

ଦୟାସାଗର କରୁଣାବତାର

ପରମେଶ୍ଵର ।


ଧନରେ କୁହ ଦୌଲତରେ କୁହ

କଳରେ କୁହ ବାହୁବଳରେ କୁହ

ପୂଜା ଫୁଲ ଫଳରେ ନୈବେଦ୍ୟରେ

ଅଗରବତୀର ମହ ମହ ସୁଗନ୍ଧରେ

ଭକ୍ତି ଦିଶେନା

ଗରିବ ଦୁର୍ବଳ କୁ ଦେଖ 

ଦୀନେ ଦାନେ 

ଈଶ୍ଵର ମନନେ

କାୟ ମନୋବାକ୍ୟେ ଚିନ୍ତନେ

ଦରିଦ୍ର ନାରାୟଣ ବୋଲନ୍ତି ସର୍ବଜନେ ।


ଭକ୍ତି କେବଳ ନିସ୍ବାର୍ଥ ଭାବନା

ହୃଦୟରୁ ମନ ମଗଜରୁ ଗଜରୁ ଥାଏ

ଚେତନାର ଫଲଗୁ ଧାର ଦେଇ

ଆତ୍ମାର ଆତ୍ମ ନିବେଦନ ଛୁଇଁ

ପରମାତ୍ମା ଭାବରେ ନିମଗ୍ନ ନିବେଦନ ଧାଏଁ

ସତ୍ୟ ଭାବନାର ସାଗର ହିଁ ଭକ୍ତି

 ଭକ୍ତି ଦିଶିଲେ

 ବାଣିରେ ଭାବରେ

ଠାଣିରେ ଭାବନାରେ

ଚାଲିରେ ଭାବ ତରଙ୍ଗରେ

ଆଚରଣ ଉଚ୍ଚାରଣରେ

ମିଳିବ ମୁକ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational