STORYMIRROR

MISHRA HRUSIKESH

Abstract

3  

MISHRA HRUSIKESH

Abstract

ରେଲଗାଡି

ରେଲଗାଡି

1 min
230

ଘର୍ଘର ନାଦରେ ଘିଡି ଘିଡି କରି

ଗଡ଼ଇ ଯେ ରେଲଗାଡି,

ତେମନ୍ତ କଟଇ ଏ ଜୀବନ କାଳ

ଦେଖାଇଣ କେତେ ଛଡି।


ଏକୋଇ ବଗିରୁ ଆର ବଗି ଦେଖ

ଲାଗିଛି ଲୋକଙ୍କ ଭିଡ଼,

ପ୍ରତ୍ୟେକ ମୁହୂର୍ତ୍ତେ ଜୀବନରେ ଯେହ୍ନେ

ଆସଇ ଯେ କେତେ ମୋଡ଼।


ଗୋଟେ ପରେ ଗୋଟେ ଷ୍ଟେସନରେ ରହି

ବାରତା ଦିଅଇ ରେଳ,

ଖାଲ ଢ଼ିପ ସବୁ ଦେଖିଚାହିଁ ନିତି

ସଂସାରେ କାଟିବ କାଳ।


ସବୁଜ ଓ ନାଲି ବତୀ ଦେଖି ଦେଖି

ଗଡ଼ି ତ ଚାଲିଛି ଗାଡି,

ଦୁଃଖ ସୁଖ ସବୁ ଗୋଟେ ପରେ ଗୋଟେ 

ଯେମନ୍ତେ ଆସଇ ମାଡି।


ରେଳ ଧାରଣାକୁ ଦେଖି ମନେ କେବେ

ନ ହୁଅ ହେ ଆନନ୍ଦିତ,

ଜୀବନ ଯାତରା ତାହା ପରି ନୁହେଁ

ଏ ପଥ ଯେ କଣ୍ଟକିତ।


ଦେଖି ରେଲଗାଡି ମନକୁ ସଜାଡି

ମାଡି ଚାଲ ତୁମେ ପଥ,

ଇଞ୍ଜିନି ପରିକା ସଦା ଚାଲ ତୁମେ

ନ ଛାଡି ସମ୍ପର୍କ ହାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract